STORYMIRROR

Samar Ballav Bhoi

Abstract Tragedy

4  

Samar Ballav Bhoi

Abstract Tragedy

ମୁଁ କରୋନା ଭାଇରସ

ମୁଁ କରୋନା ଭାଇରସ

1 min
236


ହ୍ୟାଲୋ ବିଶ୍ବବାସୀ

ମୁଁ କରୋନା ଭାଇରସ୍ କହୁଛି

ମୋ ନା କୋଭିଡି-୧୯ ଭାଇରସ

ମୋ ଜନମ ଚାଇନା ଓ୍ବାହାନ ସହରର

ମୁଁ ମାରାତ୍ମକ, ମୁଁ ଅଣାକାର

ଭ୍ରମଣ କଲିଣି ମୁଁ ସାରା ବିଶ୍ବ

ପଶୁପକ୍ଷୀ ମୋର ଭାରି ପ୍ରିୟ

ପଶୁପକ୍ଷୀଙ୍କ ପାଖେ ମୋର ଘର

ଶୁଣିଲି ଯେ ମଣିଷ ମାନେ କୁଆଡେ 

ପଶୁପାଲଟି ଗଲେଣି !

ଅନ୍ୟାୟ ଅନୀତି ଦୁର୍ନୀତି ରେ

ମଣିଷର ସଞ୍ଜ ସକାଳ

ଜାଣିଶୁଣି କରୁଛି ଅନେକ ଭୁଲ୍ କାର୍ଯ୍ୟ

ସେଥିପାଇଁ ପଶୁରୁ ବାହାରି ମୁଁ

ପଶିଲି ମଣିଷ ଭିତରେ

ମୋର ପ୍ରକୋପ, ପ୍ରତାପ କୁ ଦେଖି

ମୋତେ ରାକ୍ଷସର ଆଖ୍ୟା ମିଳିଛି

ଜଳ, ସ୍ଥଳ ଓ ଆକାଶେ ମୋ ପାଇଁ

କଢା ପହରା ଚାଲିଛି !

ଯାହା କରୁଛ କର ମୁଁ କିନ୍ତୁ ବଢିବି

ସାରା ବିଶ୍ବକୁ ଆକ୍ରାନ୍ତ କରିବି

ଯେତେ ପର୍ଯ୍ୟନ୍ତ ମଣିଷଟି ମଣିଷକୁ ନଫେରିଛି

ମୋପାଖେ ବିଜ୍ଞାନ ଆଜି ନତମସ୍ତକ 

ବିଶ୍ବ ଅର୍ଥନୀତି କରିଛି ମୁଁ ମନ୍ଥର

ସାରାଜଗତେ ମୁଁ କରୁଛି ହାହାକାର 

ଜାତି,ଧର୍ମ, ବର୍ଣ୍ଣ, ବୟସ ଓ ଅର୍ଥ ଥାଇ ମଧ୍ୟ

ସମସ୍ତେ ମୋପାଖେ ଭୟଭୀତ 

ପରିବାର ମଧ୍ୟରେ ଭେଦ ଭାବ 

ମୁଁ ଟାଣି ଦେଇଛି

ଦେଶ ଦେଶ ମଧ୍ୟରେ ତାଲା ବନ୍ଦ

ସମୟ ଥାଉ ଥାଉ ପ୍ରକୃତିକୁ ରକ୍ଷାକର ନହେଲେ

ମୋପରି ଭାଇରସ ହେବେ ଭୟଙ୍କର

ସାରାଜଗତ ହେବ ଛାରଖାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract