Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sujat Kumar Sahoo

Abstract

0.8  

Sujat Kumar Sahoo

Abstract

ମୁଁ କିଏ

ମୁଁ କିଏ

1 min
199


ଭସା ମେଘ ସବୁ ,

ସଞ୍ଚିତ କର୍ମର ,

ପ୍ରାରବ୍ଧର ଛତା ଧରି ,

ମୁଁ ଚାଲୁଥିଲି ,

ଶାନ୍ତ ଅଭିଶାରୀ

ସ୍ମୃତିକୁ ଆଧାର କରି ।


ବର୍ତ୍ତମାନ କର୍ମ

ଝିପି-ଝିପି ବର୍ଷା

ଅତୀତ ଚାପଳାଲୋକ ,

ଭବିଷ୍ୟତ ମୋର

ବଜ୍ରାଘାତ କରେ

ମନରେ ଥାଏ ବିଷାଦ ।


ଏକ-ଏକ କରି

ସୋପାନ ଚଢ଼ିଛି,

କିଶୋରୁ, ବାଳକ,

ଯୌବନ ଯାଏ ,

ପଛକୁ ଚାହିଁନି

ଦିନ ଗଢ଼ି ସନ୍ଧ୍ୟା

ହେଲାଣି ତ ଆସି

ବେଳ ମୋର ସରିଯାଏ ।


ଜୀବନ, ଯୌବନ, ଜରା

ଏହି ରାଗ, ତିନି ଦେବ

ଶରୀରେ ପାଉଥାନ୍ତି ପୂଜା ।

ଯାହା ପାଳି,

ଯେତେବେଳେ ଆସେ 

ସେ ପରା,ହୋଇଥାନ୍ତି ରାଜା ।


ଚକ୍ର ଏହି ଘୁରୁଥାଏ

ଜନ୍ମ ପରେ ଜନ୍ମ କରି ,

ବ୍ରହ୍ମା, ବିଷ୍ଣୁ,ମହେଶଙ୍କ ପରି

ସୃଷ୍ଟି, ସ୍ଥିତି, ପ୍ରଳୟ ,

ପୁଣି ଦେଖା ହେବ, ଆର ପାରି ।।



Rate this content
Log in