STORYMIRROR

Bibhu Samanta

Abstract

2  

Bibhu Samanta

Abstract

ମୁଁ କିଏ

ମୁଁ କିଏ

1 min
378

ଅଳସୀ କାକରଫୁଲକୁ ପଚାରିଲି,

ତୁ ଯଦି ଶୀତ, ମୁଁ କିଏ

ସେ କହିଲା ମୋ ଛାତି ର,

ରେଶମୀ ଅନ୍ଧାରେ ଉଷୁମ ଖୋଜୁଥିବା

ଅଷ୍ଟମୀ ଜହ୍ନଟିଏ


ମନୋଇ ନଈକୁ ପଚାରିଲି,

ତୁ ଯଦି ଗୀତି, ମୁଁ କିଏ?

ହସି କହିଲା, ବତୁରା ଆଖିର

କଳା କଜଳେ ଲେଖା, 

ଅବୁଝା ଚିଠିଟିଏ


ଝରା ସେଫାଳିକୁ ପଚାରିଲି,

ତୁ ଯଦି ବାସ୍ନା, ମୁଁ କିଏ?

ମୁହଁମୋଡି କହିଲା, ହଜିଲା ବସନ୍ତର

ଠିକଣା ଧରି,ରଙ୍ଗମଖା ପାନ୍ଥଶାଳାଟିଏ


ପରଦେଶୀ ପ୍ରିୟାକୁ ପଚାରିଲି,

ତୁ ଯଦି ସ୍ୱପ୍ନ ,ମୁଁ କିଏ?

ସେ କହିଲା, ଶିଳାବନ୍ଧୁର ପଥଧାରେ

ବାଆଁରା ବସାର ପାହୁନଥିବା ରାତିଟିଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract