ମୁଁ କିଏ
ମୁଁ କିଏ
କେମିତି କହିବି....
ମୁଁ କିଏ,
ଅବା....
କାହାକୁ ପଚାରିବି....
ମୁଁ କିଏ ?
ମୁଁ...
ହାଡ଼ ମାଂସର...
ମିଶ୍ରଣରେ ସୃଷ୍ଟି...
ଜୀବନ ଟିଏ,
ମୁଁ...
ଭାବ ସାମର୍ଥ୍ୟ...
ଚିନ୍ତନଶୀଳ...
ମଣିଷ ଟିଏ l
ମୋର...
ଯାହା ଆଜି ଅଛି...
କାଲି ରହିବନି,
ତଥାପି...
ଏତେ ସ୍ୱାର୍ଥପର...
ମୁଁ କଣ ପାଇଁ l
ମୋର ଶରୀର...
କରେ ମୁଁ ଗର୍ବ....
ଯାହା ପାଇଁ,
ଦିନେ ନା ଦିନେ...
ଆତ୍ମାକୁ ଛାଡ଼ି...
ମାଟିରେ ଯିବ ମିଶି l
ଯଦି...
ଶରୀର ଉପରେ...
ନାହିଁ ମୋର ଆୟତ୍ତ,
ତାହେଲେ....
କଣ ପାଇଁ...
ମୋର ଏତେ ଗର୍ବ l
ମୁଁ ଭାବେ...
ମୁଁ ହିଁ ସର୍ବଶକ୍ତିମାନ,
ଗର୍ବ, ଅହଙ୍କାର, କୁଟଚକ୍ରାନ୍ତ...
ମୋ ଜନ୍ମସିଦ୍ଧ ଅଧିକାର;
ହେଲେ...
କେତେଦିନ ଏ ଅଭିମାନ,
ସମୟକ୍ରମେ ଯେବେ ମାଟିରେ...
ଶରୀର ହେବ ବିଲୀନ l
