STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ମୁଁ କିଛି ଭୁଲ୍ କରୁଛି କି

ମୁଁ କିଛି ଭୁଲ୍ କରୁଛି କି

1 min
177


ମୁଁ କିଛି ଭୁଲ୍ କରୁଛି କି ? 

ପରକୁ ଆପଣା କରି

ସମସ୍ତଙ୍କ ସହ ଚଳି

ଜାତି ଧର୍ମେ ବାଛ ନ ବିଚାରି ।


ମୁଁ କିଛି ଭୁଲ୍ କରୁଛି କି ?

ସତ୍ ପଥରେ ରହି

ନ୍ୟାୟ କଥା କହି

ନୀତି ଆଦର୍ଶ‌‌‌ ର ଜୀବନ ବିତାଇ ।


ମୁଁ କିଛି ଭୁଲ୍ କରୁଛି କି ?

ସମ୍ମୁଖେ ସତ୍ୟ ବଚନ କହି

ନ୍ୟାୟ କୁ ନ୍ୟାୟ ବୋଲି କହି

ଅନ୍ୟାୟ କୁ ଅନ୍ୟାୟ ବୋଲି

ଦିଏ ମୁଁ କହି ।


ମୁଁ କିଛି ଭୁଲ୍ କରୁଛି କି ?

ଧନୀ ଗରିବ ରେ ଭେଦଭାବ

ମୋ ଠାରେ ନାହିଁ

ଜୀବନେ ଅନେକ ଧୋକା

ସେ ପାଇଁ ଥାଏ ମୁଁ ଖାଇ ।


ମୁଁ କିଛି ଭୁଲ୍ କରୁଛି କି ?

ମିଛୁଆ ରାଧୁଆ ଗପ

ନ ପାରେ କହି

ଅନ୍ୟର ଦୁଃଖ ପାରେନି ସହି

ସେ ପାଇଁ ଅନେକ ସ୍ଥାନେ

ନିନ୍ଦା ଅପବାଦ ଶୁଣେ ମୁଁ ଭାଇ ।


ମୁଁ କିଛି ଭୁଲ୍ କରୁଛି କି ?

ଘର ପରିବାର ମୋତେ

କେହି ଭଲ ପାଆନ୍ତି ନାହିଁ

ଅନ୍ୟ ସୁଖେ ଦୁଃଖେ

ଠିଆ ହେଉଥିବା ର ପାଇଁ ।


ମୁଁ କିଛି ଭୁଲ୍ କରୁଛି କି ?

ମାତୃଭୂମି ମାତୃଭାଷା

କଥା ଯେବେ କୁହଇ

ଗାଁ ଠୁ ସହର ସବୁରି ପାଖରେ

ଅପରାଧୀ ପରି ନିଜେ ହୁଅଇ ।


ମୁଁ କିଛି ଭୁଲ୍ କରୁଛି କି

ମଣିଷ ମଣିଷକୁ ପାଇଲେ ଭଲ

ମଣିଷ ପଣିଆ ଓ ମାନବିକତାକୁ

ଯେ ଚିନ୍ତିଲା ଭଲ

ସେ କ'ଣ ତା ଜୀବନର ବଡ ଭୁଲ ?


ମୁଁ କିଛି ଭୁଲ୍ କରୁଛି କି ?

ବୁଦ୍ଧି, ବିବେକ ଓ ଜ୍ଞାନ କୁ ଜଗି

ମଣିଷ ପଣିଆ କୁ

କରି ମୋ ଜୀବନ ସଙ୍ଗୀ

ନୀତି ଆଦର୍ଶ‌‌‌ ରେ ଚାଲିଲେ ବାଟ

ସତେ କି ଅହଂକାରୀ ବୋଲି

ସମାଜେ ମୋ ପାଇଁ ନିନ୍ଦା ଅପବାଦ

କରାଯାଏ ପ୍ରଘଟ ।


ସମାଜେ ରହି ସମାଜ ସେବା

କରିଲେ ଭାଇ

ଭ୍ରାତୃ ମୈତ୍ରୀ ଭାବ ବୃଦ୍ଧି ବଦଳେ

ଆଜିକା ଦୁନିଆଁ ତାକୁ

ଦୋଷୀ ଦିଏ ସଜାଇ

ସତ୍ୟ, ନ୍ୟାୟ,ଧର୍ମ ପଥରେ

ଯିଏ ଚାଲେ ପଥିକ ହୋଇ

ସେ କ'ଣ କିଛି ଭୁଲ୍ କରୁଛି

ଏହି ପଥର ପଥିକ ବୋଲି

ବେଳେ ବେଳେ ଆସେ

ମୋ ମନେ ପ୍ରଶ୍ନ କିଛି

ଏହି ପଥେ ଚାଲି

ଜୀବନେ ମୁଁ କିଛି ଭୁଲ୍ କରୁଛି କି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract