STORYMIRROR

ବିଜୟ କୁମାର ନାୟକ

Abstract

3  

ବିଜୟ କୁମାର ନାୟକ

Abstract

ମୁଁ କହିବିନି

ମୁଁ କହିବିନି

1 min
380

ମୁଁ କହିବିନି

ସବୁ କଥା କଣ 

ଖୋଲି କହି ହୁଏ

କିଛି ଆଖି, କିଛି ଓଠ, 

ଆଉ କିଛି ଦରମିଶା ଲାଜ 

ହସ କହିଦିଏ


କିଛି ପାଇଁ ସମୟ, ପ୍ରତିକୂଳ ପରିସ୍ଥିତି,

 ଚୁପ୍ ରହିବାକୁ ବାଧ୍ୟ କରିଥାଏ,

 ଆଉକିଛି ବାଧ୍ୟ ବାଧକତା ର ପଶାପାଲି ରେ

ଘଡି ସନ୍ଧି ମୁହୂର୍ତ୍ତ ରେ ଝୁଲନ୍ତା ଅବସ୍ଥାରେ,

ଚୁପ୍ ରହିବାକୁ ପଡ଼ିଥାଏ


କେଜାଣି...! ଶତ ଚେଷ୍ଟା ସତ୍ତ୍ଵେ,

ଘୋଷି ଘୋଷି, ସାମ୍ନାରେ ପ୍ରଚେଷ୍ଟାର 

ପ୍ରତି ପୃଷ୍ଠା ଗୁଡ଼ା ଆପେ ଆପେ

ଅଟକିଯାଏ


କହିଦେବି ଯଦି ଭୂଲ୍ ହୋଇ

ଯିବ ଭାବି, ଅନବରତ

ଗୁଣି ଗୁଣି ପରିପ୍ରକାଶ ର

ପ୍ରତ୍ୟୁଷ ରେ ପଦାର୍ପଣରେ

କୋଲପ ପଡ଼ିଯାଏ


ଇଛା ଶକ୍ତି ର ଦୁର୍ବାର ପ୍ରତିକ୍ଷା,

ଅନିଚ୍ଛା ସତ୍ତ୍ବେ ପ୍ରତିବନ୍ଧକ ପାଶେ

ଠପ୍ କିନା ଅଟକି ଯାଏ, ଏପଟ ସେପଟ

ହୋଇଯିବ ଭାବି, ଭାବନାର ଦୋଛକିରେ

ଦଣ୍ଡାୟମାନ ଅବସ୍ଥାରେ ଝୁଲୁଥାଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract