STORYMIRROR

Chandrakanta Jena

Drama Tragedy Thriller

3  

Chandrakanta Jena

Drama Tragedy Thriller

ମୁଁ କାଲି ଯଦି ମରିଯାଏ

ମୁଁ କାଲି ଯଦି ମରିଯାଏ

1 min
189

ମୁଁ କାଲି ଯଦି ମରିଯାଏ

ଏ ପାପ ଦୁନିଆଁରୁ ଗୋଟିଏ କଳଙ୍କିତ

ନାୟକର ପଡ଼ିଯିବ ପୂର୍ଣ୍ଣଛେଦ,

ଛି ଛି କହି କେତେ କଟୁ ବାକ୍ୟରେ

ପୋତି ଦେଉଥିବେ ମୋତେ,

ମୁହଁ ଏଡାଇ ଚାଲିଯିବେ କେତେ ଲୋକ

ଚିହ୍ନି ନ ଚିହ୍ନିଲା ପରି,

ଆଉ କେତେ ଜଣ ବାଧ୍ୟ ବାଧ୍ୟକତାରେ

ବୋହି ନେବେ ଶବକୁ ମୋହର,

ଫିଙ୍ଗି ଦେଇ ଆସିବେ ଶବକୁ ମୋ ମଶାଣି ଯୁଇରେ,

କାହାକୁ କିଛି ଫରକ୍ ପଡିବନି,

ଶବ ମୋର ଜଳେବା ନଜଳେ

ଅବା ସେମିତି ଧୂଆଁ ହୋଇ କୁହୁଳୁ ଥାଏ,

ମୁଁ କାଲି ଯଦି ମରିଯାଏ

ମୁଁ କାଲି ଯଦି ମରିଯାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama