STORYMIRROR

Binodini Dash

Inspirational Others

4  

Binodini Dash

Inspirational Others

ମୁଁ କ'ଣ ଏତେ ଖରାପ

ମୁଁ କ'ଣ ଏତେ ଖରାପ

1 min
346


ମନ ପଚାରିଲା ଦିନେ ବିବେକକୁ

କହ ତୁ ମୁଁ କ'ଣ ଏତେ ଖରାପ

ପରିବର୍ତ୍ତନ କି ଆସେ ନାହିଁ ମୋର

ତୋ ସଙ୍ଗରେ କରିକି ବାର୍ତ୍ତାଳାପ ?


ଦିଗ ଦିଗ ପରା ବୁଲିବା ମୋ ଧର୍ମ

କେତେ ପାପ ପୁଣ୍ୟ ଧରି ସାଥିରେ

ମାତ୍ର ତୋ ଉଚିତ୍ ପରାମର୍ଶ ଲଭି

ମୋ ଗତି ପଥର ସିଦ୍ଧାନ୍ତ କରେ ।


ତୋ ହିତ କଥାକୁ ଯଦି ବୁଝିଯାଏ

ଜୀବନରେ ପରା ଅମୃତ ଝରେ

ଯଦି ନ ବୁଝଇ ଆତ୍ମବଡିମାରେ

ହସ କି ଫୁଟାଇ ପାରେ ମୁଖରେ ?


ତୁହି ପରା ଘୋଡ଼ା ଲଗାମ ସଦୃଶ

ଅବାଟରୁ ମୋତେ ଆଣୁଛୁ ଭିଡ଼ି

କେମିତି ଭାବୁଛୁ ମୁଁ ଖରାପ ବୋଲି

ତୋ ସାଥେ ପରା ସଦା ଥାଏ ଉଡ଼ି ।



Rate this content
Log in

Similar oriya poem from Inspirational