STORYMIRROR

Kabiratna Nutan Kumar Behera

Tragedy Action

3  

Kabiratna Nutan Kumar Behera

Tragedy Action

ମୁଁ କ'ଣ ଏତେ ଖରାପ...?

ମୁଁ କ'ଣ ଏତେ ଖରାପ...?

1 min
185

      

ମୁ କ'ଣ ଏତେ ଖରାପ ?

ବାଟର କଣ୍ଟାଟିଏ ଭାବି ଅବା

ପାଦରେ ତୁମର ଦେଲ ଆଢେଇ

ଏ କି ମୋ ପ୍ରତି କଲ ଉଚି଼ତ ନିଷାପ ?

ଦାୟିତ୍ଵ କର୍ତ୍ତବ୍ୟ ତୁଲାଇବାରେ

ତୁମର ଭଲ ମନ୍ଦ ସବୁ ବୁଝିବାରେ

ତୁମକୁ ସୁଖ ଶାନ୍ତି ଆନନ୍ଦ ଦେବାରେ

କେବେ ମୁଁ କରିଛି କି ଖିଲାପ ?

ମୁଁ କ'ଣ ଏତେ ଖରାପ ?

ଭାବିଥିଲି ତୁମ ହାତ ଧରି

ଜୀବନ ପଥେ ଚାଲୁଥିବି ଲକ୍ଷ୍ୟ ରଖି

ନ୍ୟାୟ ନୀତି ଆଦର୍ଶକୁ ମାନି

ଚଳୁଥିବି ଖଣ୍ଡାଧାରେ କରିବିନି ପାପ,

ତୁମେ ମୁଁ ଏକ ମନ ଏକ ପ୍ରାଣରେ

ଗଢି଼ବା ଆମର ସୁନେଲି ଭବିଷ୍ୟତ

ଦେଖି ଚକିତ ହେବ ଦୁନିଆଁ

ଜୀବନ କିମ୍ବଦନ୍ତୀର ସେ ହେବ 

ଦୃଷ୍ଟାନ୍ତ ମୂଳକ ଗୋଟିଏ ନୂଆ ଗପ।

ମୁଁ କ'ଣ ଏତେ ଖରାପ?

ଶୁଣିଲ ନାହିଁ ବୁଝିଲ ନାହିଁ କିଛି

ମୋତେ ବାରମ୍ବାର ବିଷାକ୍ତ କୀଟ ପରି

ଜାଣି ଜାଣି କରିଛ କେତେ ଦଂଶନ

ହୃଦୟରୁ ଝରାଇ ରକତ ଅମାପ,

ତୁମ ଖିଆଲୀ ମନୋଭାବରେ

ରହି ତୁମେ ଅଟଳ ହୋଇଛ ଅଝଟ

ମନରେ ସୃଷ୍ଟି କରିଛ ଅନେକ ଫାଟ

ଯା' ମୋ ପାଇଁ ପଲଟିଲା ଅଭିଶାପ।

ମୁଁ କ'ଣ ଏତେ ଖରାପ?

ରଖିଲ ନାହିଁ ମୋ ଉପରେ ଭରସା

ମୋ କଥାକୁ କଲନି ତିଳେ ବି ବିଶ୍ଵାସ

ଆଭିଦାତ୍ୟର ଫମ୍ପା ଅହମିକାରେ

ହୋଇ ପ୍ରଭାବିତ ଭୁଲିଲ ସବୁ ସଂକଳ୍ପ,

ଦେଲ ମୋତେ ନିନ୍ଦା ଅପବାଦ

ବଂଶ ମର୍ଯ୍ୟାଦାକୁ କଲ ତୁମେ ଧୂଳିସାତ

ଶାନ୍ତି ସନ୍ତୋଷର କଲ ଶ୍ବାସରୁଦ୍ଧ

ସବୁବେଳେ ଦେଲ ମାନସିକ ଚାପ।

ମୁଁ କ'ଣ ଏତେ ଖରାପ?

ମାପି ପାରିଲନି ମୋ ହୃଦୟ ଭିତରେ 

ତୁମକୁ ଭଲ ପାଇବାର ଗଭୀରତା 

ତୁମ ପ୍ରତି ମୋର ଉତ୍ସର୍ଗୀକୃତ ତ୍ୟାଗ 

କରି ଚାଲିଲ ମୋତେ ଖାଲି ବିଦ୍ରୁପ,

ତଥାପି ସବୁ ସହି ତୁମକୁ କରୁଥିଲି କ୍ଷମା

ଭାବି ନଥିଲି ଏମିତି ଭାବେ ଛାଡି଼ ଚାଲିଯିବ

କେବେ ବି ଥରେ କଲ ନାହିଁ ଅନୁତାପ।

ମୁଁ କ'ଣ ଏତେ ଖରାପ?

  


Rate this content
Log in

Similar oriya poem from Tragedy