ମୁଁ ଜହ୍ନ ରାଇଜରେ ଏବେ
ମୁଁ ଜହ୍ନ ରାଇଜରେ ଏବେ
ବିଶ୍ଵ ଇତିହାସେ ରଚିଲା ଭାରତ
ନୂତନ ଏକ ଅଧ୍ୟାୟ,
ଉଚ ସ୍ଵରେ ଗାଏ ଜହ୍ନ ରାଇଜରେ
ଜାତିର କୀରତି ଜୟ,
ଚନ୍ଦ୍ରାୟନେ ଚନ୍ଦ୍ର ଦକ୍ଷିଣ ପ୍ରାନ୍ତକୁ
ଭାରତ କରିଛି ଜୟ;
ବିଶ୍ଵ ଇତିହାସେ ରଚିଲା ଭାରତ
ନୂତନ ଏକ ଅଧ୍ୟାୟ ।।
ସାରା ଓଡିଶାରେ ଶଙ୍ଖ ନାଦ ସ୍ଵରେ
ଉଛୁଳି ଉଠୁଛି ଆଜି,
କେଉଁଠାରେ ନୃତ୍ୟ କେଉଁଠାରେ ଗୀତ
ଭାରତ ଯାଇଛି ହଜି,
ଉତ୍ସବ ମୁଖର ହୋଇ ଉଠିଅଛି
ନୂତନ ଚେତନା ରାଜି;
ସାରା ଓଡିଶାରେ ଶଙ୍ଖ ନାଦ ସ୍ଵରେ
ଉଛୁଳି ଉଠୁଛି ଆଜି ।।
ଅବିସ୍ମରଣୀୟ ନୂତନ ଉର୍ଜା’ର
ଆବିଷ୍କାରକ ଭାରତ,
ଅପହଞ୍ଚ ଦେଶେ ପହଞ୍ଚି ଯାଇଛି
ବିକ୍ରମ ଭାରତ ଦୂତ,
ବିଶ୍ଵରେ ପ୍ରଥମ ଚନ୍ଦ୍ରରେ ଉଡିଲା
ଭାରତ ଜାତୀୟ ନେତ;
ଅସମ୍ଭବ ଏକ ନୂତନ ଉର୍ଜା’ର
ଆବିଷ୍କାରକ ଭାରତ ।।
ଭାରତୀୟ ଜ୍ଞାନ କୌଶଳ କୁଶଳୀ
ବୈଜ୍ଞାନିକ ଚମତ୍କାର
ଦେଖି ଆଜି ବିଶ୍ୱ ଶତ ମୁଖେ କରେ
ଜୟ ଗାନ ଭାରତର
ସଫଳତା ଶୀର୍ଷେ ପହଞ୍ଚି ରଚିଲା
ଇସ୍ରୋ ବୈଜ୍ଞାନିକା-ଗାର
ଭାରତୀୟ ଜ୍ଞାନ କୌଶଳ କୁଶଳୀ
ବୈଜ୍ଞାନିକ ଚମତ୍କାର ।।
ଅନ୍ତରୀକ୍ଷେ ଜହ୍ନ ଶୀତଳିତ ଗ୍ରହ
ଝରାଏ ଜୋଛନା ରାଶି
ଝରଇ ଅମୃତ ଶୀତଳ କୌମୁଦୀ
ଶରତେ ହେମନ୍ତେ ଆସି
କୌତୁହଳ ତାର ଜାଣିବ ଭାରତ
କେତେ ଉତାପ ତା ଅଛି
ଅନ୍ତରୀକ୍ଷେ ଜହ୍ନ ଶୀତଳିତ ଗ୍ରହ
ଝରାଏ ଜୋଛନା ରାଶି ।।
ଅମୃତ ମହୋତ୍ସବେ ଯେବେ ଆମେ
ପଳିଲୁ ସ୍ଵାଧୀନ ଦିନ
ଅମୃତ ଝରଣ ଜହ୍ନ ରାଇଜରେ
ଆମର ଦୂତ ବିକ୍ରମ
ଶୁଦ୍ଧ ସୁବର୍ଣ୍ଣର ଇତିହାସ ସୃଜି
ଆନନ୍ଦ ବିଭୋର ଜନ
ଅମୃତ ମହୋତ୍ସବେ ଯେବେ ଆମେ
ପାଳିଲୁ ସ୍ଵାଧୀନ ଦିନ ।।
ଜହ୍ନ ମାମୁଁ ଆଜି ସ୍ଵାଗତ କରୁଛି
ଲାଗିଛି ସେଠି ଚହଳ
ଭାରଚ ବର୍ଷ ବି ଆନନ୍ଦେ ବିଭୋର
ପହଞ୍ଚି ମାମୁଁଙ୍କ ଘର
ଏହି ଚମତ୍କାର ଶୁଭ ମୂହୁର୍ତ୍ତ କୁ
ବିଶ୍ଵ କରେ ନମସ୍କାର
ଜହ୍ନ ମାମୁଁ ଆଜି ସ୍ଵାଗତ କରୁଛି
ଲାଗିଛି ସେଠି ଚହଳ ।।
