ମୁଁ ଜାଣେ ତୁମେ ରଙ୍ଗତୁଳୀର ଫାର୍ସା
ସବୁଜ ବନାନୀ ସମ୍ଭାର ସଜ୍ଜଳ ଉଷା
ତମେ ମଙ୍ଗଳମୟୀ ବର୍ଷା
ନାହିଁ ତୁମ ରାଗ ଆଡ଼ରୁଷା
ହସି ହସାଇ ପୁଲକ ଖେଳାଇ
ପ୍ରୀତିମଧୁରେ ତୁମ ଖୋସା
ଖୋସିଛ ଫୁଲ ପିନ୍ଧି କାନଝୁଲ
ନାହିଁ ଟିକେ ବି ଇର୍ଷା
ମଧୁକ୍ଷରା ଏଇ ଧରଣୀ ବକ୍ଷରେ
ଜଗାଇ ନୂତନ ସମ୍ଭାବନା ଆଶା
ଉଦ୍ଦୀପନା ଭରା ସବୁଜ ଶାଢ଼ୀର
ଧଡିରେ ଧାଡି ଧାଡି ପକ୍ଷୀ ପୋଷା
ସବୁଜ ପୃଥିବୀ ସବୁଜ ବଳୟ ପାଇଁ
ପାଦ ଏଠି ସୁନେଲି ରୂପେଲି ମିଶା
ତୁମେ ଗୋ ବରଷା ଆସିଛ ଓଢଣା
ତଳେ ମାଖି କଜ୍ଜଳ ସଜ୍ଜଳ ନିଶା
କହିପାରିବକି ତୁମେ ଆସିଗଲେ
ଚାଷୀ ହସେ ବଢିବ ବୋଲି ତା ବେଉଷା
ଚକୋରୀ କାହିଁକି ଚାତକେ ଚାହିଁଛି
ଆସିବ ବୋଲି ତା ବାନ୍ଧବୀ ବର୍ଷା
ତମେ ଏମିତିକା ବର୍ଷା ଉଷାର ନିଶା
ତୁମେ ଆସିଗଲେ ଫୁଲ ବର୍ଷା
ରଜବତୀ ଝିଅ ବୋହୁ ନାରୀମାନେ
ଖୋସାରେ କଳାମେଘି ଥାଟ ପଶା
ତୁ ବୋଧେ ବର୍ଷା ସପ୍ତମ ଋତୁର ନିଶା
ତୁ ଆସିଲେ ଲାଗୁଛି ଏମିତି ତୃଷା
କି ମନ୍ତର ଜାଣୁ ଦିନ ଗଣୁ ଗଣୁ
ମହୁମାଛି ଗୁଣୁ ଗୁଣୁ ଫୁଲରେଣୁ ଖସା
ଆଖି ହୁଏ ଝଲସା ନିରିମାଖି ଆଶା
ବର୍ଷା ବାଢେ କାଇଁଚମାଳିଆ ପେଶା
ବର୍ଷା ଯେଣୁ ଗାଏ ଗଜଲ ଝଙ୍କାର ହର୍ଷା
ଖୋଜିବା ପିପାସାରେ ହଯାଅ ନାହିଁ ଦିଶା
ତୁମ ମହୁ୍ଝର ଜମିଟା ଉର୍ବବର ହସେ ଚଷା
,,,,,,,,,,,,