STORYMIRROR

Chinmaya Kumar Sahoo

Abstract Inspirational Others

4  

Chinmaya Kumar Sahoo

Abstract Inspirational Others

ମୁଁ ଗର୍ବିତ ଓଡ଼ିଆ

ମୁଁ ଗର୍ବିତ ଓଡ଼ିଆ

1 min
171

ଶୀତ ସକାଳରେ ଗରମ ନାଲି ଚାହା ଓଡ଼ିଆ

ସମ୍ବଲପୁରୀ ଶାଢ଼ୀ, ଖୋର୍ଦ୍ଧା ଗାମୁଛାଟେ ଓଡ଼ିଆ।


ବଡ ଦେଉଳରେ ବିଜେ ଦାରୁଦିଅଁ ଓଡ଼ିଆ

ତାରିଣୀ, ସମଲେଶ୍ବରୀ, ମଙ୍ଗଳା ବି ଓଡ଼ିଆ।


ନଡିଆଟେ ମୁଣ୍ଡେ ମାରି ଶୁଭ ଚିନ୍ତେ ଓଡ଼ିଆ

ବିପତ୍ତି ପଡିଲେ ଡାକେ କାଳିଆକୁ ଓଡ଼ିଆ।


ପୋଖରୀ ତୁଠରେ ସୁନ ସୁନିଆ ଶାଗ ଓଡ଼ିଆ

ବାଡି ବରକୋଳି,ତାଳ, ଜାମୁକୋଳି ଓଡ଼ିଆ।


ଦହି ଛୁଙ୍କଦିଆ ବାସି ପଖାଳଟା ଓଡ଼ିଆ

ଆରିସା, ଏଣ୍ଡୁରି, ମଣ୍ଡା ଚକୁଳି ବି ଓଡ଼ିଆ।


କୁମାର ପୂର୍ଣ୍ଣମୀ ଚାନ୍ଦ, ଜହ୍ନି ଓଷା ଓଡ଼ିଆ

ପ୍ରଥମା ଅଷ୍ଟମୀ,ରଜ, ସାବିତ୍ରୀ ବି ଓଡ଼ିଆ।


ବ୍ରାହ୍ମଣୀ, ପ୍ରାଚୀ, ଦୟା, ମହାନଦୀ ଓଡ଼ିଆ

ବୈତରଣୀ, କୁଶଭଦ୍ରା, ଭାର୍ଗବୀ ବି ଓଡ଼ିଆ।


ଦହିବରା, ମୁଢ଼ି ମାଂସ, ପୁରୀ ଖଜା ଓଡ଼ିଆ

ମାଟି ହାଣ୍ଡି ଭଜା ଖଇ, ଚୁଡା ଘସା ଓଡ଼ିଆ।


ବୃନ୍ଦାବତୀ ପାଖେ ସଞ୍ଜ ବତୀ ଜାଳେ ଓଡ଼ିଆ

ମାଣବସା ଗୁରୁବାରେ ଝୋଟି ଆଙ୍କେ ଓଡ଼ିଆ।


ଖଣ୍ଡଗିରି, ଉଦୟଗିରି ଲିଙ୍ଗରାଜ ଓଡ଼ିଆ

କୋଣାର୍କ ଛାତିରେ ଗଢା ଚିତ୍ରନଟି ଓଡ଼ିଆ।


ବିଜୁ ବାବୁ, ବାଜି ରାଉତ, ଗୋପବନ୍ଧୁ ଓଡ଼ିଆ

ଭିକାରି ବଳ, ଅକ୍ଷୟ ମହାନ୍ତି,ମନୋଜ ଦାସ ଓଡ଼ିଆ।


ଗୋଟିପୁଅ, ଚମ୍ପୁ, ଛଉ, ଦଣ୍ଡ ନାଚ ଓଡ଼ିଆ

ଉତ୍କଳ ର ପରିଚୟ ଓଡିଶୀ ବି ଓଡ଼ିଆ।


ଭାଗବତ ଟୁଙ୍ଗି,ପାଲା, ଦାସକାଠିଆ ଓଡ଼ିଆ

ଖଞ୍ଜଣି, ଢୋଲ , ଝାଞ୍ଜ,ମୃଦଙ୍ଗ ବି ଓଡ଼ିଆ।


ଓଡ଼ିଆଣି ମୁଣ୍ଡେ ଶୋଭା ଓଢଣା ଟା ଓଡ଼ିଆ

ପାଦ ଛୁଇଁ ମଥା ନଇଁ ମୁଣ୍ଡିଆ ବି ଓଡ଼ିଆ।


ସ୍ୱାଭିମାନୀ ବୋଲି ବିଶ୍ୱେ ପରିଚିତ ଓଡ଼ିଆ

ଆତ୍ମବିଶ୍ବାସ ରେ ପୂର୍ଣ୍ଣ ଗର୍ବେ ଜୀଏଁ ଓଡ଼ିଆ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract