ମୁଁ ଘଣ୍ଟା କହୁଛି
ମୁଁ ଘଣ୍ଟା କହୁଛି
ଘଣ୍ଟା ମୁଁ
ମନୁଷ୍ୟ ର ହାତ ଗଢା,ନିର୍ଜୀବ ବସ୍ତୁ ଟିଏ
କିନ୍ତୁ, ମନୁଷ୍ୟ ର ହୃଦ୍ ସ୍ପନ୍ଦନ ପରି
ମୋର ହ୍ରୁଦୟ ବି ସ୍ପନ୍ଦିତ ହୁଏ
ଟିକ୍ ଟିକ୍ ଶବ୍ଦ କରି
ସମସ୍ତ ଙ୍କୁ ସାବଧାନ କରୁଥାଏ
ତୁମ ସ୍ପନ୍ଦନ ଥିବା ପର୍ଯ୍ୟନ୍ତ
ଦୂନିଆଁ ପାଇଁ କିଛି କରିଯାଅl
ନହେଲେ
କିଏ ଜାଣେ
ଏ ସ୍ପନ୍ଦନ ଟିକକ କେତେବେଳେ ବନ୍ଦ ହୋଇ ଯାଇପାରେ
ମହାକାଳ ର ଅଦ୍ରୁଶ୍ୟ ଇଙ୍ଗିତ ରୋ
ଘଣ୍ଟା ମୁଁ
ମୋର ଗୋଡ ନାହିଁ
ତଥାପି ବି ଅହରହ ଚାଲୁଥାଏଁ
ଚିରସ୍ରୋତା ନଇ ଟିଏ ଭଳି l
ମୋ କର୍ତ୍ତବ୍ୟ ରେ ହେଳା ନାହିଁ
କ୍ଳାନ୍ତି ନାହିଁ
ବିଶ୍ରାମ ନାହିଁ
ମନୁଷ୍ୟ କୁ ଦେଉଥାଏଁ ବାର୍ତ୍ତା ସଦାକାଳେ
"କର୍ମ ହିଁ ଜୀବନ "
ଘଣ୍ଟା ମୁଁ
ମୋର ପାଟି ନାହିଁ
ତଥାପି, ସତତ ଚେଷ୍ଟିତ ମୁଁ
ମନୁଷ୍ୟ କୁ ସଚେତନ କରିବାକୁ
ଆଲାର୍ମ ବଜାଇ କହୁଥୀଏଁ
ଦେଖ ବନ୍ଧୁ!
ଜାଗ୍ରତ ହୁଅ
ଚଂଚଳ ହୁଅ
"ସମୟ ଯେ କାହାକୁ ଅପେକ୍ଷା କରେନାହିଁ " ।
ଘଣ୍ଟା ମୁଁ
ମୋତେ ଦେଖି ମନୁଷ୍ୟ ତିଆରି କରେ
ତାର ଦୈନନ୍ଦିନ କାର୍ଯ୍ୟ ସୂଚୀ
ଗୋଟିଏ ମିନିଟ୍ ଗୋଟିଏ ସେକେଣ୍ଡ ରେ
ବଦଳି ଯାଏ ଦ୍ରୁଶ୍ୟ ପଟ
ସେଥିପାଇଁ
ମୋ ଟିକ୍ ଟିକ୍ ଶବ୍ଦ ତୋଳି କହୁଥାଏ
ମୋ ସହିତ ତାଳ ଦେଇ ଚାଲିବା ଶିଖ
ଜୀବନ ସହଜ ହୋଇଯିବ
କେବେ ଅସଫଳ ହେବନାହିଁ
କାରଣ
"ସମୟ ଯେ ସର୍ବ ଶକ୍ତି ମାନ" ।
ଘଣ୍ଟା ମୁଁ
ସର୍ବଦା ସତ୍ ପଥରେ ଆଗକୁ ଧାଉଁଥାଏଁ
ନିରପେକ୍ଷ ଭାବରେ ସମସ୍ତ ଙ୍କୁ
ଠିକ୍ ଠିକ୍ ସମୟ କହୁଥାଏ
ମନୁଷ୍ୟ କୁ ଚେତାଉ ଦେଉଥାଏଁ
ରେ ମଣିଷ
"ତୁମେ ସମୟକୁ ସମ୍ମାନ ଦିଅ
ଦେଖିବ ସମୟ ତୁମକୁ ସମ୍ମାନିତ କରିବ ନିଶ୍ଚୟ " ।