STORYMIRROR

Pranati Mahapatra

Inspirational

4  

Pranati Mahapatra

Inspirational

ମୁଁ ଏମିତିକା

ମୁଁ ଏମିତିକା

1 min
511


ଶତାବ୍ଦୀରେ ଅୟୁତ ଭାସ୍କରରେ ବି ଘୋର ଅନ୍ଧାର ପରିବେଷ୍ଟିତ ଚକ୍ରବ୍ୟୁହର ଅଭିମନ୍ୟୁ ମୁଁ,


ମୁଁ ନିରସ୍ତ୍ର କି ପରାଜିତ ନୁହେଁ,

କିନ୍ତୁ ଛଳନାର ମାୟାଜାଲରେ ବନ୍ଦୀ

ମୁଁ ସକ୍ରେଟିସ ନୁହେଁ ଜାଣିଶୁଣି ବିଷପାନ କରିବି,

ଶବ୍ଦ ମାନେ ଆଜି ନୀରବ ନିଷ୍ପ୍ରଭ ହୋଇଯାଇଛନ୍ତି,

ଏହି ଶ୍ରେଷ୍ଠ, ବରିଷ୍ଠ, ବିଶିଷ୍ଟ ମାନଙ୍କ

ପୁଳା ପୁଳା ବାହାସ୍ପୋଟ ଭାଷଣ ଭିତରେ,

ଅଟକି ଯାଇଛି କଲମ ,ହୋଇଛି ମନଉଣା,

ପଢ ପଢ ଚାଷକର, ଆଉ

ପୁଣି ମନଇଚ୍ଛା ଯାହା ପାର କର ଚାଷ।

ତୁହାକୁ ତୁହା ବର୍ଷା ଭିତରେ ବି ବହୁତ ଶୋଷ,

ଏଠ ବର୍ଷାରେ ନଦୀ ଫୁଲେନା,

ଝାଞ୍ଜିରେ ଦେହ ଶୀତେଇ ଉଠେ,

କିଏ ଏଠି ହସି ହସି ଗଡେ ତ,

କିଏ ଗଡି ଗଡି ହସେ।

ମୁହଁରେ ଅଭିନୟ ଭରା ବିଦୃପାତ୍ମକ ହସ ତ ପେଟରେ ପେଟେ ବିଷ।

ଚର୍ମଢ଼ଙ୍କା ଦାମୀ,ସଫା ପୋଷାକର

ଆଦର ହେଉଥିବା ବେଳେ,

ମୁଁ ତ ଲୋଳିତ ଚର୍ମର

ଅନାବୃତ, ଉଲଗ୍ନ, ନିଛକ, ଆତ୍ମାଟିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational