STORYMIRROR

Priyaranjan Biswal

Abstract

2  

Priyaranjan Biswal

Abstract

ମୁଁ ଏମିତି କୃଷକ

ମୁଁ ଏମିତି କୃଷକ

1 min
94

ମୁଁ ଏମିତି କୃଷକ

ଚାଷ କରୁଥିଲି,

ଲଙ୍ଗଳ ମୁନରେ

ଜମିକୁ ମୋର କରି ଯତନ

ଅତି ଯତ୍ନରେ ତାର ବକ୍ଷରେ

ବିଜ କରୁଥିଲି ବପନ


ମୁଁ ଏମିତି କୃଷକ

କରେ ପରିଶ୍ରମ

ବୁହାଏ ଝାଳ

ଜମିବି ସହେ ନାନା କଷଣ

ତଥାବି ମିଳେନା ମତେ

ଶଷ୍ଯ ଗୋଟେବି ମାଣ


ହେଲେ କେଜାଣି କାହିଁକି

ତା' ମାଟିର ସେ ବାସ୍ନା

ବାନ୍ଧି ରଖିଥିଲା

ତା'ସହ ମତେ

ତାକୁ ନେଇ କେତେ

ସ୍ୱପ୍ନର ମହଲ ମୁଁ

ତୋଳିଥିଲି ମୋ ଚିତ୍ତେ


ହେଲେ ଆସିଲା ସହସା

ଏକ ଆତତାୟୀ

ଜମିକୁ ମୋର

ନେଲା ସେ ଛଡାଇ

ତା ଲଙ୍ଗଳ ମୁନେ

ବାରବାର ଚଷି

କରିଲା ଫସଲ ଚାଷ

ସୁନ୍ଦର ଶଷ୍ଯକୁ

ଦେଖିଲା ଜମି ମୋ

ଫୁଟିଲା ଓଠେ ତା' ହସ


ମୁଁ ଏମିତି କୃଷକ

ଜମିଟି ଥିଲା ମୋ

ଜୀବନ ସାହାରା

ଗଲାପରେ ସିଏ

ମୋ ପେଟରେ ଭୋକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract