STORYMIRROR

Geetanjali Prusty

Inspirational

4  

Geetanjali Prusty

Inspirational

ମୁଁ ଏକବିଂଶ ଶତାବ୍ଦୀର ଝିଅ

ମୁଁ ଏକବିଂଶ ଶତାବ୍ଦୀର ଝିଅ

1 min
537


ମାତୃ ରୂପେ ମୁହିଁ ପାଳୁଛି ସନ୍ତାନ 

ଜାୟା ରୂପେ କରି ପୁଣ୍ୟ 

ଭ୍ରଷ୍ଟାଚାର ପଥୁ ସଂସାର ଉଦ୍ଧାରି 

ନିଜକୁ ମଣୁଛି ଧନ୍ୟ. 

ଅବଳା ନୁହେଁ କି ଦୁର୍ବଳା ନୁହେଁ ମୁଁ 

ସୌଭାଗିନୀ ମୋତେ କୁହ 

ମୁଁ ଏକବିଂଶ ଶତାବ୍ଦୀର ଝିଅ ।        


ସାରା ବିଶ୍ୱ ରେ ସୁନାମ ଆଣିଛି 

ଫୁଟବଲ ଖେଳି ନାଆଁ ମୁଁ କରିଛି 

ଖେଳିଛି ମୁଁ ହକି ଖେଳ 

ଗଭୀର ଜଳରେ ରୋଇଂ କରିମୁଁ 

ଦେଖାଇଛି ମୋର ବଳ 

ରାଜନୀତି ଯେବେ କରେ ମୁଁ ବସି 

ସାହି ପଡ଼ିିଶା ମୋ ହୁଅନ୍ତି ଖୁସି 

କହନ୍ତି ସିଏ, ସତରେ ଆମ 

ଝିଅ ନୁହେଁ ଇଏ ପ୍ରତିଭାଟିଏ ।

       

ଆକାଶେ ଉଡ଼ି ମୁଁ ଦେଖାଏ ଖେଳ 

ଯବାନ ହୋଇ ମୁଁ କରଇ ଗୋଳ 

ଜାହାଜ ଚାଳେ ମୁଁ ନାବିକ ହୋଇ 

ଡାକ୍ତର ହୋଇ ମୁଁ ସେବା କରଇ 

ମଣିଷ ଗଢେ ମୁଁ ଶିକ୍ଷିକା ସାଜି 

ସର୍ବ ଗୁଣେ ମୁହିଁ ସମ୍ପନ୍ନା ଆଜି 

ମୁଁ ନୁହେଁ ଖାଲି ଝିଅ 

ଅବଳା ନୁହେଁ କି ଦୁର୍ବଳା ମୁଁ ନୁହେଁ 

ଵୀରାଙ୍ଗନା ମୋତେ କୁହ 

ମୁଁ ଏକ ବିଂଶ ଶତାବ୍ଦୀର ଝିଅ ।       


ନାରୀ ଟିଏ ହୋଇ ନାରୀ ଅତ୍ୟାଚାର 

ମୋ କର୍ଣ୍ଣରେ ଯେବେ ଶୁଣେ 

ଶତ୍ରୁ ବିନାଶିବି ମନମୋ କୁହଇ 

ସତେ ଅବା ଏହି କ୍ଷଣେ 

ନିର୍ଜୀବ ନୁହେଁ ମୁଁ ମାଟିର କଣ୍ଢେଇ 

ରକ୍ତ ମାଂସେ ଗଢ଼ା ମୁହିଁ 

ପୁରୁଷ ହାତର କ୍ରୀଡ଼ନକ ନୁହେଁ 

ମଥା ପାତି ଯିବି ସହି . 

ହକ ମୋହର ପାଇବା ପାଇଁ ମୁଁ 

ଲଢେଇ କରିବି ନିତି 

ଜାଳି ଦେବି ମୁହିଁ ଜୀବନ ଯୁଦ୍ଧେ 

ମହା ସଂଗ୍ରାମର ବତୀ 

ମୁଁ ନୁହେଁ ଖାଲି ଝିଅ 

ଅବଳା ନୁହେଁ କି ଦୁର୍ବଳା ନୁହେଁ ମୁଁ 

ବୀରାଙ୍ଗନା ମୋତେ କୁହ 

ମୁଁ ଏକବିଂଶ ଶତାବ୍ଦୀର ଝିଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational