STORYMIRROR

Nirupama Naik

Abstract

2  

Nirupama Naik

Abstract

ମୁଁ ଏ ଦେଶ ର ନାଗରିକ

ମୁଁ ଏ ଦେଶ ର ନାଗରିକ

1 min
111

ମୁଁ କେବେ ବି ଭୟବିତ ହେବିନି, କିଛି ବି ପରିବର୍ତ୍ତନ ଆସୁ

ଯେକୌଣସି ନିୟମ ଲାଗୁ ହେଉ...ମୁଁ ବ୍ୟସ୍ତ ହେବିନି

ନାଗରିକତା ମୋର ଏଇ ମାଟି ରୁ ସୃଷ୍ଟି

କାହାକୁ ଛଡେଇବାକୁ ଦେବିନି।


ମୁଁ ଚୁପ ବି ରହିବିନି କିନ୍ତୁ

ମାନବିକତା ତ୍ୟାଗ କରି, ଉଚ୍ଚ ସ୍ୱର ରେ ବିରୋଧ ମଧ୍ୟ କରିବିନି

ନିଜ ମନ୍ତବ୍ୟ କୁ ସାମ୍ନାରେ ରେ ରଖିବା ହେତୁ

ରୋଗୀ ବାହି ଆମ୍ବୁଲାନ୍ସ ର ରାସ୍ତା ଅବରୋଧ କରିବିନି


ମୁଁ ସ୍କୁଲ କିମ୍ବା କଲେଜ ରେ କୋଳାହଳ କରିବିନି

ମୋ ଦେଶର ସମ୍ପତ୍ତି କୁ ନଷ୍ଟ କରିବିନି

ମୁଁ ସ୍ୱରଉଠାଇ ନିଜ କଥା ରଖିବାରେ ସଂକୋଚ କରେନି କିନ୍ତୁ ରାଜନୈତିକ ଚକ୍ରାନ୍ତ ରେ ପଡି ନିଜ ବ୍ୟକ୍ତିତ୍ୱ କୁ ଭ୍ରଷ୍ଟ କରିବିନି


ମୋ ପରିଚୟ ମୁଁ ନୁହେଁ ଏ ମାଟି ଦେବ

ମୁଁ ଏ ଦେଶ ର କି ନା?.. ତା'ର ସାକ୍ଷୀ ହେବ


ଅନେକ ତଥ୍ୟ ଅଛି ମୋ ପାଖେ

ମୁଁ ଏ ଦେଶ ର କି ନା? କହିବା ଲାଗି

କିଛି ଦସ୍ତାବିଜ କୁ ନେଇ ଡରିବି କାହିଁକି?

ବହୁ ବର୍ଷ ରୁ ମୋ ପୂର୍ବଜ ଏଠି ରହି ଆସିଛନ୍ତି

କାହା କଥା ରେ ଉତ୍ତେଜିତ ହୋଇ ନିଜ ଦେଶ କୁ ଭାଙ୍ଗିବିନି

ନିଜ ଦେଶ ରେ ରହିବା ଲାଗି


ହିଂସୁକ ପଶୁ ରୂପେ ତାଣ୍ଡବ ନ କରି

ଯେ ରକ୍ଷା କରେ ନିଜ ଦେଶ ର ମାନବିକ

ସେ ହିଁ ତ ପ୍ରକୃତ ଦେଶପ୍ରେମୀ

ସେ ହିଁ ତ ପ୍ରକୃତ ନାଗରିକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract