Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Inspirational

4.0  

Rabindra kumar Sahoo

Inspirational

"ମୁଁ ଚିକିତ୍ସକ/ଡାକ୍ତର

"ମୁଁ ଚିକିତ୍ସକ/ଡାକ୍ତର

1 min
242


 ଏ ଧରା ଧାମର

   ଦ୍ଵିତୀୟ ଈଶ୍ଵର

କିଏ କୁହେ ମୋତେ ଚିକିତ୍ସକ

     କିଏ କୁହେ ମୁଁ ଡାକ୍ତର।

ରୋଗ ନିଦାନ କରିବା

         ମୋ'ର କାମ

ରୋଗର ନିଦାନ ଓ

   ରୋଗୀ ଚିକିତ୍ସା ହିଁ

         ମୋ'ର ଧର୍ମ ।

 ସେବା କରିବାରେ

 ରହିବା ଉଚିତ୍ ମନ ଧ୍ୟାନ ମୋ'ର

  ମାନ୍ୟ ଗଣ୍ୟ, ବିଜ୍ଞ ବ୍ୟକ୍ତି ବୋଲି

   ସମାଜେ ପାଏ ମୁଁ କେତେ

        ସମ୍ମାନ ଓ ଆଦର  

 ସେହି କଥାକୁ ମୁହିଁ ଭାଳି ମୋ'ର

କର୍ମରେ ନିଜକୁ ଦୀକ୍ଷିତ କରି

 ସାର୍ଥକ କରିବା ଉଚିତ୍

    ମୋ ପଦ ମର୍ଯ୍ୟାଦାର

ଏ ଧରା ଧାମର

     ଦ୍ଵିତୀୟ ଈଶ୍ଵର

 ମୁଁ ଚିକିତ୍ସକ

    ମୁଁ ପରା ଡାକ୍ତର ।

ମାନବ ସେବା ହିଁ

     ମାଧବ ସେବା

 ଏହି ନୀତି ଓ ଆଦର୍ଶେ

      ରହୁ ମତି ମୋ'ର

ଚିକିତ୍ସକ ଭାବେ

  ଅର୍ଥ ଶୋଷଣ କରିବା

     ଧର୍ମ ନ ହେଉ ମୋ'ର

ପୁଞ୍ଜିପତି ହେବା ପାଇଁ

  ଅଛି ରାସ୍ତା ନାନା ପ୍ରକାରର

 ସେବା ଧର୍ମର ନାଁ ନେଇ

   ନିଜକୁ ଶୋଷକ ନ ସଜାଇ

ଚିକିତ୍ସା ବିଜ୍ଞାନ ଭଳି

    ସମ୍ମାନୀୟ କର୍ମକୁ

 ନ କରିବି ଭାଇ ବେପାର

   ନିଜ ଚିକିତ୍ସା ଧର୍ମ, କର୍ମର

ମାନ ମର୍ଯ୍ୟାଦାକୁ

     ରକ୍ଷା କରିବାକୁ

         ହେବି ତତ୍ପର

ଯେହେତୁ ମୁଁ ଜଣେ ଚିକିତ୍ସକ

       ମୁଁ ଜଣେ ଡାକ୍ତର ।

ଏ ବୃତ୍ତିରେ ଥିବା

  ସମସ୍ତ ଚିକିତ୍ସକ

ଭାଇ ଓ ବନ୍ଧୁ ମୋ'ର

ନିଜ ପଦ ମର୍ଯ୍ୟାଦାକୁ ରକ୍ଷା କର

ଏ ଧରା ଧାମେ

 ଆମେ ମାନେ ହେଲେ

ଦ୍ଵିତୀୟ ଈଶ୍ଵର

ଅର୍ଥ ଲାଳସାର ବଶବର୍ତ୍ତୀ ହୋଇ

ଏ ସେବା ବୃତ୍ତିକୁ 

  ନ କର କେ ବେପାର

ସାହା, ଭରସା ଓ ବିଶ୍ଵାସ ଅଟ

 ରୋଗୀମାନଙ୍କର

ପଥ ପ୍ରଦର୍ଶକ, ଦିଗ୍ ଦର୍ଶକ

  ଅଟ ଏ ସମାଜର

ଜ୍ଞାନୀ, ମାନୀ, ବୁଦ୍ଧିଜୀବିରେ

 ପରିଗଣିତ ଅଟ ତୁମେ ସବୁ

  ଏ ସମଗ୍ର ବିଶ୍ଵର।

ନୂତନତାର ଆଲୋକ

 ପୁଣି ଆଣ ନୂତନ ପୁଲକ

 ଏ ଧରାରେ ଦେଖାଅ

 ନବ ଦିଗନ୍ତର ଝଲକ

ତୁମେ ରୋଗ ଜୀବାଣୁ, ଭୂତାଣୁ

 ଆଦିଙ୍କର ବିନାଶକ

ରୋଗୀ ପାଇଁ ତୁମେ ଚିକିତ୍ସକ

ନ ସଜାଇ ନିଜକୁ 

ପୁଞ୍ଜିପତି ଅବା ମାଲିକ

  ସଜାଅ ନିଜକୁ ଈଶ୍ଵର

ଯେହେତୁ ମୁଁ ଚିକିତ୍ସକ/ ଡାକ୍ତର

ରକ୍ଷାକର ରକ୍ଷାକର

  ତୁମ ପଦ ମର୍ଯ୍ୟାଦାର

ନିଜ ମାନ ସମ୍ମାନକୁ

ଅର୍ଥ ପାଶେ ବିକ୍ରି ନ କର

 ବନ୍ଧକ ନ ରଖ ସ୍ଵ ସ୍ଵାଭିମାନର ।


Rate this content
Log in

Similar oriya poem from Inspirational