STORYMIRROR

Tankadhar Majhi

Inspirational Others

3  

Tankadhar Majhi

Inspirational Others

ମୁଁ ଚାହେଁ

ମୁଁ ଚାହେଁ

1 min
350

ମିଶାଇବାକୁ ଚାହେଁ 

ମୋ ଭୋକିଲା ଆଦର୍ଶକୁ

ତୁମ ଅନ୍ତରର ଆଦର୍ଶରେ

ଏକଲବ୍ୟର ଆଦର୍ଶ ନେଇ

ମୋ ସୁଖକୁ ଅମଳ କରି

ସ୍ବପ୍ନ ଦେଖିବାକୁ ଚାହେଁ

ସୁଖର ସୌଖୀନ ପୃଥିବୀକୁ

ଯେଉଁଠି ତୁମେ ବି ସୁଖୀରେ ଥିବ ।


ବିଲୀନ କରିବାକୁ ଚାହେଁ

ତୁମ ଅଦୃଶ୍ୟ ଆତ୍ମାର ଛାଇରେ

ମୋ ନଷ୍ଟ ଚରିତ୍ରର ଆତ୍ମାକୁ

ସେଥିରୁ ସଜାଡ଼ିବାକୁ ଚାହେଁ

ମୋ ଅଙ୍କାବଙ୍କା କଣ୍ଟକିତ ପଥକୁ

ବିବର୍ତ୍ତନ ସମୟର ଅଭିଳାଷରେ

ମୋ ଆତ୍ମା ବି ତୁମ ସାଥିରେ

ପ୍ରତି ମୁହୂର୍ତ୍ତରେ ପ୍ରେମ ଖୋଜିବ

ଯେଉଁଠି ତୁମେ ବି ପ୍ରେମ ଖୋଜୁଥିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational