STORYMIRROR

Debabrata Mishra

Abstract Tragedy Action

4  

Debabrata Mishra

Abstract Tragedy Action

"ମୁଁ ବଞ୍ଚିଛି" ପ୍ରମାଣ କର

"ମୁଁ ବଞ୍ଚିଛି" ପ୍ରମାଣ କର

1 min
410


ଘଟିନି ତ କିଛି ଅଶୁଭ ଘଟଣା

ରାସ୍ତାରେ ବଡ଼ ଗାଡ଼ିସହ

ମର୍ମନ୍ତୁଦ ଶୋଚନୀୟ ଦୁର୍ଘଟଣା

ଆସିନି ତ କାହିଁ ଆମ୍ବୁଲାନ୍ସ 

ଚିତ୍କାର କରି କରି ଦ୍ରୁତ ବେଗରେ ।


ରୋଗୀବୁହା ଗାଡ଼ିରେ

ନିଆଯାଇଛି କି ଅସ୍ତ୍ରୋପଚାର କକ୍ଷକୁ

ଡାକ୍ତର ତ ମୁଣ୍ଡରେ ହାତ ଦେଇ

କହିନାହାନ୍ତି ସେ ଦୁଃଖିତ ବୋଲି, 

ହୋଇଛି କି ଶୋକସଭାଟିଏ

କର୍ମକ୍ଷେତ୍ରରେ ମୋର ।


ଶବ ଦେଖି ଅଚେତ ହୋଇନି ତ କେହି

ଶୁଭୁନି ତ ବିକଳ ଚିତ୍କାର

ପ୍ରିୟଜନଙ୍କର କାନ୍ଦ ବୋବାଳି

ରକ୍ତମାଂସ ଦେଇ ଗଢିଥିବା

କାହିଁ ମା' ର କାନ୍ଦଶୁଭୁନି ।


ତା' ମାନେ ବଞ୍ଚିଛି ମୁଁ

ବଞ୍ଚିବାର ପ୍ରମାଣ ନେବ କି

ନିଅ କେତେ ପ୍ରମାଣ ନେବ..! 

ସକାଳୁ ଉଠୁଛି ନିତ୍ୟକର୍ମ କରି

କିଛି ଜଳଖିଆ ତ ଖାଉଛି, 

ହାତ ଚାଲିଛି ଗୋଡ଼ ଚାଲିଛି

ଆଖି ତାର କାମ କରୁଛି

ବୈଶାଖରେ ବି ଶ୍ରାବଣ ଆଣୁଛି ।


ଆଉ କି ପ୍ରମାଣ ନେବ

ଓଠ ତ ହସୁଛି ଯଥାସମ୍ଭବ

କଥା କହୁଛି କବିତା ପଢୁଛି

ଚିତ୍କାର ବି କରୁଛି ବେଳେବେଳେ

ଏକାନ୍ତରେ ନିର୍ଜନରେ 

ପ୍ରଚଣ୍ଡ ଶବ୍ଦକୁ ଆଗକୁ ରଖି, 

ଭୋଜନ ବି କରୁଛି 

ଯାହା ଆବଶ୍ଯକ ମୁଁ ବଞ୍ଚିବାକୁ, 

ଈଶ୍ବରଙ୍କ ଦୟାରୁ ଚାଲୁଛି

ଏଇ ତ ପ୍ରମାଣ ମୁଁ ଜୀବିତ ଅଛି ।


ଆଉ କି ପ୍ରମାଣ ଦରକାର 

ରାତିର ତକିଆ ଶେଯ ନିଦର ପ୍ରମାଣ

ସପନ ଆକାଶପରି ମୋର

ଯେତେ ଦେଖିଲେ ସରୁନି

ରାତି ନିଅଣ୍ଟ ମୋ' ସପନ ପାଇଁ

ତେଣୁ ମୁଁ ଚେଇଁକି ସପନ ଦେଖୁଛି, 

ରାତିରେ ଶୋଉଛି ଆବଶ୍ଯକ ମୁତାବକ ନିଦ

ଅବଶ୍ଯ ଅଛି ଆଖି ବନ୍ଦ କରିବା

ଓ ଶୋଇବାର ପ୍ରଭେଦ, 

ଜୀବନ ତ ଏମିତି ଚାଲିଛି

ଅର୍ଥାତ୍ ଏହା ପ୍ରମାଣିତ ମୁଁ ବଞ୍ଚିଛି ।


କାନ୍ଥବାଡ଼କୁ ଝରକାକବାଟକୁ 

ଆସିଥରେ ପଚାରିନେବ ଆଉଥରେ

ସାକ୍ଷୀ କରିନେବ ମୋର ତକିଆ

ପ୍ରମାଣପତ୍ର ନେଇଯିବ ଯେ ମୁଁ ବଞ୍ଚିଛି

ସବୁ ତଥ୍ୟ ଦେଇଦେଲି 

ତଦନ୍ତରେ ସହଯୋଗ ବି କଲି

ତୁମେ ପ୍ରମାଣ କର ଏଥର

ମୁଁ ପ୍ରକୃତରେ ବଞ୍ଚିଛି। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract