Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Tragedy

4.5  

Rabindra kumar Sahoo

Abstract Tragedy

"ମୁଁ ବ୍ଲାକ୍ ଫଙ୍ଗସ୍"

"ମୁଁ ବ୍ଲାକ୍ ଫଙ୍ଗସ୍"

1 min
248


  କରୋନା ପରେ 

     ମୁଁ ବ୍ଲାକ୍ ଫଙ୍ଗସ୍

  ମୋ'ର ଜନ୍ମ

 ମାନବ ଜାତିକୁ କରିବାକୁ

   ଭୟଭୀତ ଓ ଭ୍ରମ

  ମାନସିକ ଓ ଶାରୀରିକ

  ଭାବେ ପକାଇବାକୁ ଚାପ

  ମାନବ ସମାଜେ 

  ଦେଖାଇବାକୁ ପ୍ରକୋପ

   ମୁଁ ହୋଇଛି ସୃଷ୍ଟି

  ଭାଙ୍ଗିବାକୁ ମାନବର 

   ବଡିମା ଓ ବହପ ।


   ସୃଷ୍ଟି ମୃତ୍ତିକାରୁ ମୋ'ର

   ନାଶା ପଥେ ପ୍ରବେଶଇ

    ମୁଁ ମଣିଷ ଶରୀର

   ମୋ'ର ପ୍ରବେଶ ମାତ୍ରେ

   ନାକରୁ ହୁଏ ରକ୍ତସ୍ରାବ

   କଳା ପାଣିର ହୁଏ ମଧ୍ୟ ସ୍ରାବ

  ଆଖିର ରଙ୍ଗ ହୋଇଯାଏ ଲାଲ୍

  ମସ୍ତିଷ୍କ ଓ ଫୁସ୍ ଫୁସ୍ କୁ

   ମୁଁ କରଇ ଅକାମୀ ଓ ଦୁର୍ବଳ ।


   କରୋନା ପରି ମୁଁ ନୁହେଁ ମାରାତ୍ମକ

   ତଥାପି ଏ ରୋଗର ପ୍ରଥମାବସ୍ଥାରୁ

   ରୋଗୀକୁ କରିବା ଚିକିତ୍ସା ଓ

     ଦେବା ପ୍ରତିଷେଧକ

   ନାକ, ମୁହଁରେ ମାସ୍କ ପିନ୍ଧିବା

   ପାଦରେ ଗନ୍ ବୁଟ୍

       ପରିଧାନକରିବା

   ହାତରେ ଗ୍ଲୋବ୍ସ ପିନ୍ଧିବା

    ପ୍ରାଥମିକ ଅବସ୍ଥାରୁ 

  ଡାକ୍ତରଙ୍କ ସହ ପରାମର୍ଶ କରିବା

  ସାମାଜିକ ଦୂରତା ରକ୍ଷା କରିବା

  ବାରମ୍ବାର ସାବୁନ୍ ରେ ହାତ ଧୋଇବା

   ସାନିଟାଇଜର ଓ 

   ହ୍ୟାଣ୍ଡ ୱାସ୍ ବ୍ୟବହାର କରିବା

   ସାଂଘାତିକ ରୋଗୀକୁ

   ତୁରନ୍ତ ଚିକିତ୍ସାଳୟକୁ ନେବା ।


   ଏ ରୋଗର ଓ ରୋଗୀର

   ତୁରନ୍ତ କରି ଚିକିତ୍ସା

    ଦେଶ ଓ ସମାଜକୁ

   ଆମେ ଦେବା ସୁରକ୍ଷା

   ଆକ୍ରାନ୍ତ ଓ ମୃତ୍ୟୁ ହାରକୁ

    ଦେବା କମାଇ

    ଲୋକଙ୍କ ମନୁ ଭୟ

   ଆସ ଭାଇମାନେ ଦେବା ଦୂରାଇ

   ସତର୍କ ରହିବା

    ରହିବା ସାବଧାନ

  ରୋଗୀମାନଙ୍କୁ ନ କରି 

    ଦୁର୍ବ୍ୟବହାର

    ତାଙ୍କୁ ସେବା ଦେଇ

    କରିବା ତାଙ୍କର ଉଚିତ୍ ସମ୍ମାନ ।


   ସମସ୍ତେ ମିଳିମିଶି

   ଆସ ଶପଥ ନେବା

   ଦେଶୁ ଓ ବିଶ୍ଵୁ

   ହିଂସା, ଦ୍ୱେଷ,

     ରୋଗ, ଶୋକ 

      ସବୁ ଦୂରେଇ ଦେବା

   ଭାଇଚାରା ମଧ୍ୟେ

   ଆମେ ବଞ୍ଚିବା

   କରୋନା, ବ୍ଲାକ ଫଙ୍ଗସ୍

   ଆଦି ରୋଗକୁ ଆମେ

    ଦୂରେଇ ଦେବା ।


Rate this content
Log in

Similar oriya poem from Abstract