ମୁଁ ବି ତୁମ ପରି ଜଣେ ମଣିଷ
ମୁଁ ବି ତୁମ ପରି ଜଣେ ମଣିଷ
ମୁଁ ବି ତୁମ ପରି ଜଣେ ମଣିଷ
ସବୁରି ପରି ବଞ୍ଚିବାକୁ ଚାହେଁ ଖୁସିରେ
ଜୀବନ ଜ୍ଵଳନର ଯନ୍ତ୍ରଣାକୁ ସହି
ଚାଲିବାକୁ ଚାହେଁ ମୋ ଲକ୍ଷ୍ୟର ଚଲାପଥେ
ପ୍ରତିକୂଳର ଯେତେ ବାଧା ବିଘ୍ନ
ପାର୍ଥିବ ସଂପର୍କ କେବଳ ଏଇଥି ପାଇଁ
ଭରସା ବିଶ୍ଵାସ ରଖି ପରସ୍ପର ମଧ୍ୟରେ
ସାହାଯ୍ୟ ସହଯୋଗ କରିବା
ପ୍ରତ୍ୟେକଙ୍କର ଦୁର୍ବଳ ମୁହୂର୍ତ୍ତରେ
ମନେ ପ୍ରାଣେ ଭରି ଦେବାକୁ ଶାନ୍ତି ତୃପ୍ତି
ଭାବ ବିନିମୟରେ ଲୋଡ଼ାହୁଏ ସ୍ନେହ ଶ୍ରଦ୍ଧା
ଯା' ଆକର୍ଷଣ କରି ରଖିଥାଏ ଆମକୁ
ତୁମଠୁ ଆଶା କରେ କେବଳ ଏତିକି
ମୁଁ ବି ତୁମ ପରି ଜଣେ ମଣିଷ
ତୁମକୁ ଯା' ଭଲ ଲାଗେ ମୋତେ ବି ତ
ତାହା ହିଁ ଭଲ ଲାଗେ ନିଶ୍ଚିତ ଭାବରେ
ସାତ୍ତ୍ୱିକ ଶୃଙ୍ଖଳାର ନୀତି ନିୟମରେ
ତୁମ ପାଇଁ ଯା' ନକରାତ୍ମକ ମୋ ପାଇଁ ମଧ୍ୟ
ଆସେ ସଂକଟ ନିଜକୁ ନକଲେ ନିୟନ୍ତ୍ରଣ
ବନ୍ଧୁତା ହୁଏ ଶତ୍ରୁତାରେ ପରିଣତ
ଏହା ହିଁ ମଣିଷ ଜୀବନର ଜୀବନ ଧାରା
ଯେମିତି ତୁମଠୁ ପାଏ ଦିଏ ସେମିତି
ରଖି ମୋ ଭିତରେ ଭାବନାର ଭାରସାମ୍ୟତା
ଭଲ ପାଇଲେ ମିଳେ ଭଲ ପାଇବା
ଘୃଣାରେ ମିଳେ ଘୃଣା ଈର୍ଷା ହିଂସା ଦ୍ୱେଷ
ମୁଁ ବି ତୁମ ପରି ଜଣେ ମଣିଷ
ଅନୁଭବରେ ବୁଝିଲେ ଏତିକି ମାତ୍ର କଥା
ଜଣେ ଜଣକ ପ୍ରତି କରେ ନାହିଁ ଅବିଚାର
ଦେଖାଇ ଥାଏ ଉଚିତ ଭଲ ବ୍ୟବହାର
ନିଜ ସ୍ତର ଦକ୍ଷତା ଅଭିଜ୍ଞତାକୁ ନେଇ
ମଣିଷଟିଏ ମଣିଷକୁ ଭାବୁ ମଣିଷ
ନକରୁ କେବେ ଅନାଦର କି ଅସମ୍ମାନ
ଦୂର ହୋଇଯିବ ମନରୁ ସବୁ ଗର୍ବ ଅହଙ୍କାର
ଏକତାର ସୂତ୍ରରେ ବାନ୍ଧି ରଖି ପାରିବ
ମାନବବାଦର ମହାନ ଆଦର୍ଶକୁ
ହେବ ନାହିଁ କଳହ କି ଭୟାଭୟ ଯୁଦ୍ଧ
ସାରା ସଂସାରରେ ଭରି ଯିବ ହସଖୁସି
ହୃଦୟରୁ ଝରି ଆସିବ ଅମିୟ ଝର
ମୁକ୍ତକଣ୍ଠରେ ଦୃଢଭାବେ କହି ପାରିବ ସିଏ
ମୁଁ ବି ତୁମ ପରି ଜଣେ ମଣିଷ......।
