Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract

4  

Bijay Prusty

Abstract

ମୁଁ ଭକ୍ତର ଭଗବାନ

ମୁଁ ଭକ୍ତର ଭଗବାନ

1 min
236



ଶକ୍ତିହୀନ ମୋତେ କୁହନି ଭକତେ

ଉଣା ହୋଇନି ମୋ ଶକ୍ତି 

ପାର୍ଥିବ ଜିନିଷେ ବାୟା ହୋଇ ତୁମେ

ହଜାଇ ଦେଇଛ ଭକ୍ତି I

ତେଣୁ ଆରେ ନର ଶୁଣ ମୋର ଗିର

ଭକ୍ତ ହିଁ ଜୀବନ ମୋର

ଏ ମଣିଷ ଜାତି ଅମଣିଷ ହୋଇ

କଲା କେତେ ବ୍ୟଭିଚାର I

ସେହି କାରଣରୁ ମହାମାରୀ ଆଜି

ଗ୍ରାସିଛି ଏ ସାରା ବିଶ୍ୱ

ତୁମରି ପ୍ରାଣର ଜଗନ୍ନାଥ ମୁହିଁ

ପାଲଟି ଯାଇଛି ନିଶ୍ୱ I

ସୁଧୁରି ଯାଅରେ ମଣିଷ ସମାଜ

ଭୁଲନାହିଁ ନିଜ କର୍ମ

ମଣିଷଟେ ପରି ମଣିଷ ହୋଇବ

ଆଚରି ମଣିଷ ଧର୍ମ I

ତାପରେ ଦେଖିବ ଭକ୍ତ ଭଗବାନ

ରହିବେନି ଆଉ ଦୂରେ

ତୁମ ଆଗେ ଯାଇ ଉଭା ହୋଇଯିବି

ଡାକିଦେବ ଯଦି ଥରେ I



Rate this content
Log in