ମୁଁ ଅଟେ
ମୁଁ ଅଟେ
ମୁଁ ଅଟେ ମୋ ଜୀବନର ସାଥି
କାହାକୁ କରିବି ବିଶ୍ଵାସ
କିଏ ହେବ ପ୍ରକୃତ ବନ୍ଧୁ ମୋର
ଆଜିକା ସମୟେ
କିଏ ନୁହେଁ କାହାର ।
କାହା ସାଥେ ଚାଲିଲେ
କା ସାଥେ ମିଶିଲେ
ଯିବ ଇଜ୍ଜତ ତୋର
ପ୍ରଥମ ଶବ୍ଦ ଏହା
ନାରୀର ଜୀବନେ
ଆହା କି ସୁନ୍ଦର ବିଚାର ।
ଚାରି କାନ୍ଥ ମଧ୍ୟେ କଟୁ ଜୀବନ
ଏହା ହିଁ ସଭିଙ୍କ ନିୟମ ଜାଣ
ଯୁଗ ବଦଳିଲା ଶିକ୍ଷିତ ହେଲା ହେଲେ
ଚାପି ହୋଇ ରହିଗଲା ସବୁ ସପନ ।
