Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୁଭଦ୍ରା ସିଂହ

Fantasy Inspirational

3  

ସୁଭଦ୍ରା ସିଂହ

Fantasy Inspirational

ମୁଁ ଅପଦାର୍ଥ

ମୁଁ ଅପଦାର୍ଥ

1 min
132


ମୁଁ ଅପଦାର୍ଥ! 

ନା ଯତ୍ନଶୀଳ ମନ ନେଇ 

ଝିଅଟିଏ ହେଲି, 

ନା ସମର୍ପଣ ଭାବ ନେଇ

ପ୍ରେମିକା ସାଜିଲି ,

ନା କର୍ତ୍ତବ୍ୟର ହାତ ଥାପି 

କର୍ମ ମୁଁ କରିଲି ,

ନା ସୌନ୍ଦର୍ଯ୍ୟର ରୂପ ନେଇ 

ଆକର୍ଷଣୀୟ ଦିଶିଲି ,

ନା ସମର୍ପଣ ଭାବ ନେଇ 

ଭକତି ବାଢିଲି ,

ନା ସାମର୍ଥ୍ୟକୁ ଅସ୍ତ୍ର କରି 

କୋଣାର୍କ ତୋଳିଲି ,

ନା ଶିଷ୍ଟତାକୁ ଧର୍ମ ଭାବି 

ସଂସ୍କାରିତ ହେଲି,

ନା ଐଶ୍ୱର୍ଯ୍ୟକୁ ସାଥି କରି 

ଉଲ୍ଲସିତ ହେଲି ,

ନା ଶିକ୍ଷାକୁ ଅଧ୍ୟୟନ କରି 

ଜ୍ଞାନ ଆହରିଲି ,

ନା ଦୀକ୍ଷାକୁ ପାଳନ କରି 

ଶିଷ୍ୟ ପଦ ନେଲି ,

ନା ଅଲିଅଳି ଭଗିନୀ ରୂପେ 

ଦୁଷ୍ଟାମି ବାଢିଲି ,

ନା ବିଶ୍ୱାସୀ ସହଚରୀ ବୋଲି 

ବନ୍ଧୁତ୍ୱ ସ୍ୱୀକାରିଲି,

ହେ ଦାମୋଦର! 

ତଥାପି ମୁଁ ଧନ୍ୟ ହେଲି 

ପାଇ ଏଭଳି ଜନ୍ମ ରୂପୀ ଉପହାର, 

ଦେଖି ମନ ନାଚି ଗଲା 

ତୁମ ଚତୁର୍ଦ୍ଧା ମୂରତିର ସ୍ୱରୂପ ।


Rate this content
Log in

Similar oriya poem from Fantasy