STORYMIRROR

Rabindra kumar Sahoo

Inspirational

3  

Rabindra kumar Sahoo

Inspirational

ମୁଁ ଅମ୍ଳଜାନ

ମୁଁ ଅମ୍ଳଜାନ

1 min
214

  ପ୍ରତ୍ୟେକ ଜୀବର

      ଅଟେ ଜୀବନ

  ପ୍ରକୃତିର ଅଟେ

    ଅମୃତ ଦାନ

   ମୁଁ କାଳଜୟୀ

     ମୁଁ ଅମ୍ଳଜାନ ।

  ଜ୍ଞାନ ବିଜ୍ଞାନର ରଖେ

  ମୁଁ ମହତ ମାନ

  ମୋତେ କରି ହେୟ ଜ୍ଞାନ

  ପରିବେଶକୁ କରି ପ୍ରଦୂଷଣ

  ମୋର ହାରକୁ 

   ବାୟୁମଣ୍ଡଳେ କରାଇ ନ୍ୟୁନ

  ହେଉଛି ମାନବ ଜାତି

   ଏବେ କି ହୀନିମାନ

  ତୁମେ କି ସଭିଏଁ

  ଏକଥା ନ ଜାଣ

  ଜାଣୁଛି ଏବେ ମଣିଷ

  ଜାଣୁଛି ଏବେ ପରିବେଶ

  ମୁଁ କେତେ ଶକ୍ତିଶାଳୀ

  କେତେ ମୁଁ ମହାନ

   ମୁଁ ଅମ୍ଳଜାନ ?

 ମୁଁ ରଖେ ପ୍ରତ୍ୟେକ

  ଜୀବର ପ୍ରାଣ

   ମୁଁ ନ ରହିଲେ

   ଜୀବ ପାଲଟଇ

    ଜଡଟି ଜାଣ

  ପରିବେଶକୁ 

  ନ କର ପ୍ରଦୂଷଣ

 ହେ ଜୀବଜଗତର 

  ଜୀବଶ୍ରେଷ୍ଠ

  ହେ ମାନବଗଣ

  ପର୍ଯ୍ୟାପ୍ତ ସଂଖ୍ୟାରେ

  ବୃକ୍ଷ କର ରୋପଣ

  ରୋକି ପରିବେଶ ପ୍ରଦୂଷଣ

 ରକ୍ଷାକର ତୁମ

 ଅମୂଲ୍ୟ ଜୀବନ

 ଦେଉଅଛି ଉପଦେଶ

  ମୁଁ ଅମ୍ଳଜାନ।

 ନୁହେଁ ମୁଁ ବିଦ୍ୱାନ

  ନୁହେଁ ମୁଁ ପରିବେଶବିତ୍

  ହେଲେ କରୋନା

   ଭୂତାଣୁ ସାମାନ୍ୟ

  ଏ ମାନବ ସମାଜୁ

   କେତେ ସେ 

     ନେଉଛି ଜୀବନ

  ଶିକ୍ଷା ଦେଉଛି

   ହେ ମାନବଗଣ

   ବିଜ୍ଞାନ ବଳେ

   ହୋଇ ବଳୀୟାନ

  ପରିବେଶକୁ ଅହରହ

   କିମ୍ପା କରୁଅଛ ଯେ ହନନ ?

   କରୋନା ଭୂତାଣୁ

    ପରିବେଶ ପକ୍ଷୁ

   କରୁଛି ପ୍ରତିନିଧିତ୍ଵ ଜାଣ

  ତୁମ ବିକାଶ, ଜ୍ଞାନ, ବିଜ୍ଞାନ

  ବନାମ ପରିବେଶ ପ୍ରତିନିଧି

  କରୋନା ଭୂତାଣୁ ସେ ପୁଣ

  ଆମ ଜୀବାଣୁ, ଭୂତାଣୁ

  ଅନ୍ୟ ପ୍ରାଣୀ ଓ ଉଦ୍ଭିଦ

  ସଭିଙ୍କୁ ମଣୁଛ

  ତୁମେ ତୁମର ଖାଦ୍ୟ

  ନିଜ ପାଇଁ ନିଜେ

     ଡାକୁଛ ବିପଦ ।

  ବୃକ୍ଷକୁ କରୁଛ ହନନ

   ବାୟୁ ମଣ୍ଡଳୁ କରୁଛ ହ୍ରାସ

  ମୋ ପରିମାଣ ଅମ୍ଳଜାନ

  ବୃଦ୍ଧି ହୋଇ ଅଙ୍ଗାରକାମ୍ଳ

 ତଥା ବିଷାକ୍ତ ବାୟୁ ଅନ୍ୟାନ୍ୟ

  ପରିବେଶ ହୁଏ ପ୍ରଦୂଷଣ

  ଶ୍ଵାସକ୍ରିୟା ଜନିତ ରୋଗ

   କରେ ତୁମ

  ମାନବ ଜାତିକୁ ସଂକ୍ରମଣ

  ବେଳହୁଁ ହୁଅ ସାବଧାନ

  ଜଙ୍ଗଲ ସୁରକ୍ଷା

   ବୃକ୍ଷ ରୋପଣରେ

  ତିଳେ ଦିଅ ଯେ ଧ୍ୟାନ

  ଦେଉଅଛି ମୁଁ ତୁମକୁ

  ଆଦେଶ ଓ ଉପଦେଶ ମାନ

  ତୁମ ହିତାକାଂକ୍ଷୀ

  ପରିବେଶ ଓ ଜୀବଜଗତର

   ହିତାକାଂକ୍ଷୀ

        ମୁଁ ଅମ୍ଳଜାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational