Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bibhu Samanta

Abstract Romance

4.2  

Bibhu Samanta

Abstract Romance

ମୁଁ ଅଭିସାରିକା

ମୁଁ ଅଭିସାରିକା

1 min
308


ରେଶମୀ ଅନ୍ଧାରୀ ମୁଲକେ

ତନ୍ଦ୍ରା ହଜା ତନୁ ମୋର

କାହା ମିଠା ପରସେ

ଭରିଯାଏ ଶିହରଣ

ରାତି ଏବେ ରତି

ଛାଇ କୁ କରେ ଆଲିଙ୍ଗନ

କଦମ୍ବେ କଦମ୍ବେ 

କୋଇଲିର କୁହୁ ତାନ

ସେ ଆସୁଛନ୍ତି ବୋଲି

ସତେ କି ଏ ଆଲୋଡନ?


ପ୍ରୀତି କୁଞ୍ଜେ ଶୁଭେ

ମଧୁର କଲ୍ଲୋଲ

ଚନ୍ଦ୍ରିକାର ନୀଳିମାରେ

ପ୍ରାଣ ମୋ ବ୍ୟାକୁଳ

କାହା କଟାକ୍ଷରେ 

ସୁରଭିତ ସମୀରଣ।।


ଶଶୀ ଏବେ ସାକ୍ଷୀ

ମୋ ପ୍ରତି ଭାବନାର

ରଙ୍ଗ ଉତ୍ତରୀର ... ନୀରବ ଆମନ୍ତ୍ରଣ

ନୀଳ ସିକ୍ତ ଏ ଆତ୍ମା

ଶୂନ୍ୟ ସରସୀ ରେ

ଯାମିନି ତୁଠେ

ମଧୁର ସେ ଗୁଞ୍ଜରଣ।।



Rate this content
Log in

Similar oriya poem from Abstract