Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Thriller Others

3  

Arjuni charan Behera

Thriller Others

ମୁକ୍ତିର ଆନନ୍ଦ

ମୁକ୍ତିର ଆନନ୍ଦ

1 min
201


       

କାରା ବାସୁ ମୁକ୍ତି ଲଭି ଯୁଦ୍ଧ ବନ୍ଦୀ ଜଣେ l

ଫେରିଯାଉଥିଲେ ଘରେ ହରଷିତ ମନେ ll

ମନରେ ସୁଖସ୍ବପନ ଆସି କେତେ କେତେ l

ଅବିରତେ ଆନନ୍ଦର ଅଶ୍ରୁ ବହେ ନେତ୍ରେ ll

ଘରେ ପତ୍ନୀ ରହିଛନ୍ତି କେତେ ଦିନୁ ଚାହିଁ l

ପୁଅ, ଝିଅ,ସାଥି,ବନ୍ଧୁ, ସହୋଦର ଭାଇ ll

ମାଆ ମୋ ଚାଲିଯାଇଛି କାହିଁ ଦୂରଦେଶ l

ଦେଖିବି ନାହିଁ ତାହାର ସ୍ନେହ ମୟୀ ହସ ll

ପିତା ମୋ ସୈନିକ ମଲେ ସମ୍ମୁଖସମରେ l

ରହିଥିଲି ଯେବେ ମୁହିଁ ଜନନୀ ଜଠରେ ll

ବାଟେ ଯାଉ ଯାଉ ଏହି ଭଳି ଚିନ୍ତା କରି l

ଦେଖିଲେ ଏକ ସ୍ଥାନରେ ବହୁତ ପଞ୍ଜୁରୀ ll

ବ୍ୟାଧଟିଏ ନାନା ଜାତି ପକ୍ଷୀମାନ ଧରି l

ଗ୍ରାହକେ ନିଅନ୍ତି ବ୍ୟାଧ କରୁଛି ବିକିରି ll

ଯୁଦ୍ଧବନ୍ଦୀ ତହୁଁ ଯାଇ ବ୍ୟାଧଠାରେ ମିଳି l

ପଚାରିଲେ କିକରୁଛ ହୋଇ କୌତୁହଳି ll

ବ୍ୟାଧଟି କହିଲା ଏହା ମୋହର ଜୀବିକା l

ପକ୍ଷୀ ବିକି ଚଳେ ଗୋଟିଏକୁ ଏକଟଙ୍କା ll

ବନ୍ଦୀ ତହୁଁ କାଢ଼ି ସେନା ସୁବର୍ଣ୍ଣ ପଦକ l

ବୋଇଲେ ଭାଇ ଏ ପଦକକୁ ନିଅ ରଖ ll

ତୁମର ସମସ୍ତ ପକ୍ଷୀ ଦିଅ ମୋତେ ବିକି l

ଦୁର୍ମୁଲ୍ୟ ପଦକଟିକୁ ବ୍ୟାଧ ଖୁସି ଦେଖି ll

ଉନ୍ମୁକ୍ତ କରିଲେ ହାତେ ସମସ୍ତ ପଞ୍ଜୁରୀ l

ପକ୍ଷୀ ଚାଲିଗଲେ ଉଡି଼ କଳ ରବ କରି ll

ଦେଖଭାଇ ମୁକ୍ତିର କି ଆନନ୍ଦ ଉଦ୍ବେଳ l

ସୁଖେ ଉଡି଼ ବୁଲୁ ଛନ୍ତି ବିହଙ୍ଗମ ଦଳ ll

ବିଂଶବର୍ଷ କାରାବାସୀ ଶୁଣଭାଇ ବ୍ୟାଧ l

ମୁହିଁ ଅନୁଭବୀ କେତେ ମୁକ୍ତିର ଆନନ୍ଦ ll

ମହାନ ଦେଶ ସେବକ ଜାଣି ବ୍ୟାଧପୁଅ l

ବୋଇଲା ନମସ୍ତେ ବନ୍ଧୁ ପଦକକୁ ନିଅ ll

             


Rate this content
Log in

Similar oriya poem from Thriller