STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance Thriller

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance Thriller

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
232


ପବିତ୍ର ହୃଦୟର ସବୁ ଆଶା 

ବ୍ଯକ୍ତ କରେ ପ୍ରେମର ପରିଭାଷା, 

ଅନ୍ତରର ଭାବକୁ କରି ମଧୁ ମିଶା 

ଦୃଢ ବିଶ୍ଵାସର ସାଥେ ରଖେ ଭରସା। 

ପ୍ରେମ କେବେ କାହା ପାଇଁ 

ହୋଇ ପାରେନା ସମସ୍ୟା, 

ଏ ଏକ ଜୀବନ ବ୍ୟାପି ସାଧନାର 

କଠୋର ତପସ୍ୟା। 

ପ୍ରେମ ହୃଦୟର ଅନାବିଳ ଭାବନା, 

ଆତ୍ମା ଆତ୍ମାକୁ ଆକର୍ଷଣ କରି 

ଆଣିଦିଏ ପ୍ରାଣେ ମଧୁର ମୂର୍ଚ୍ଛନା। 

ଏ ଶାଶ୍ଵତ ଚିରନ୍ତନ 

ପ୍ରାଣର ସ୍ପନ୍ଦନ,

ସଞ୍ଚାର କରେ ଜୀବନେ ଜୀବନ।

ପ୍ରେମ କେବେ ଭାଙ୍ଗେନା 

କାହାରି ସପନ, 

ଗଢିଦିଏ ସୁସମ୍ପର୍କର ପବିତ୍ର ବନ୍ଧନ। 

ପ୍ରେମରେ ଆସେ ଯଦି 

କିଛି ବାଧା କି ପ୍ରତିବନ୍ଧ,

ସେ ପ୍ରେମ ଏକ ଛଳନା ମାତ୍ର 

ବିବେକ ବିଚାରକୁ କରିଦିଏ ଅନ୍ଧ। 

ଏ ତ୍ୟାଗ ତିତିକ୍ଷାର ପ୍ରତୀକ, 

ସତ୍ୟ ଶାନ୍ତି ମୈତ୍ରୀର ଉପାସକ। 

ହୀନ ସ୍ବାର୍ଥ ମିଛ ପ୍ରତିଷ୍ଠାର 

ନୁହେଁ ଏ ସୂତ୍ରଧର, 

ପ୍ରବଞ୍ଚନା ଅବା ପ୍ରତାରଣାର 

ଏ ହୋଇ ପାରେନା ଆଧାର। 

ପ୍ରେମ ଚଲାପଥର ପଥ ପ୍ରଦର୍ଶକ 

ନ୍ୟାୟ ଆଦର୍ଶର ନିର୍ଦ୍ଦେଶକ। 

ସାରା ବସୁଧାକୁ ଏକତାରେ ବାନ୍ଧିବାର 

ଏକ ଅମୋଘ ଅସ୍ତ୍ର, 

ଜ୍ଞାନର ଭଣ୍ଡାରକୁ ସମୃଦ୍ଧ କରିବାର 

ଅନନ୍ୟ ଉପାଦେୟ ଶାସ୍ତ୍ର।

"ବସୁଧୈବଃ କୁଟୁମ୍ବକମ୍" 

ଚିନ୍ତାଧାରାର ମହାମନ୍ତ୍ର, 

ସ୍ଵଭାବ ଚରିତ୍ରକୁ କରେ 

ନିର୍ମଳ ନିରପେକ୍ଷ ସ୍ବତନ୍ତ୍ର। 

ପ୍ରେମ ସମାଧାନ କରି ପାରେ 

ସବୁ କିଛି ସମସ୍ୟା, 

ଏ ବ୍ୟକ୍ତି ବିଶେଷର ସାଧନା 

ଏକ କଠୋର ତପସ୍ୟା। 

   ***  ***  ***  ***  ***




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance