STORYMIRROR

Debadatta Jena

Romance Inspirational Thriller

3  

Debadatta Jena

Romance Inspirational Thriller

ଧ୍ରୁବ ତାରା..

ଧ୍ରୁବ ତାରା..

1 min
306


ହେ ଉତ୍ତର ମେରୁର 


ସୌମ୍ୟ, ଧ୍ରୁବ ତାରା.., 


ନାହିଁ ପରିଚାଳନ କି ଘୁର୍ଣ୍ଣନ, 


ତୁମେ ଅପରିବର୍ତ୍ତିତ,


ଅତୀନ୍ଦ୍ରିୟ, 


ସ୍ଵଦେହରେ ଜ୍ବଳନ,


ଅହୋରାତ୍ର, 


ନାହିଁ ପରିକ୍ରମଣ କି ଅତିକ୍ରମଣ, 


କେବେ ଶୁଭ୍ର, ନୀଳ, ଘନ ନୀଳ, 


ତ କେବେ ହରିଦ୍ର ଓ ଲୋହିତ ସ୍ଫୁରିତ, 


ତୁମ ଆଭାରେ ନିଷ୍କଳଙ୍କ ଜ୍ୟୋତି, 


ତୁମେ ସତ୍ୟ, ସନାତନ, 


ଚିରନ୍ତନ,ପରମାଣବିକ, 


ଅବିଚଳିତ, 


ପରମ ଜ୍ୟୋତିଷ୍କ ଆଭା..!


ତୁମେ କେବେ ବିଚଳିତ, 


ଦକ୍ଷିଣ ମେରୁର 


ପରିବର୍ତ୍ତିତ, ଘୁର୍ଣ୍ଣିତ 


ଭ୍ରାମ୍ୟମାଣ, ଯାମ୍ୟ-ଧ୍ରୁବ ତାରା.., 


ପରିଭ୍ରମଣ ଓ ପରିବର୍ତ୍ତନର ଧାରାରେ 


ତୁମେ ସ୍ୱୀୟ ପ୍ରତିବିମ୍ବିତ ଉଗ୍ର ତାରା.. 


ନୀଳାଭୃ ପ୍ରଭାରେ ଦିଗ୍ବଦିଗ ତୁମେ, 


ନଶ୍ୱର ଯେ ତୁମ ସୃଷ୍ଟି ସାରା..!


    


Rate this content
Log in

Similar oriya poem from Romance