STORYMIRROR

Debadatta Jena

Abstract Romance Thriller

3  

Debadatta Jena

Abstract Romance Thriller

ଏ କି ସେହି ପ୍ରେମ

ଏ କି ସେହି ପ୍ରେମ

1 min
260


ତୁ ଫୁଲ ମୁଁ ବାସ୍ନା, 


ତୁ ଜହ୍ନ ମୁଁ ଜ୍ୟୋସ୍ନା 


ତୁ ଫୁଲ ହେଇ ଫୁଟିଲୁ, ବାସ୍ନାରେ ହଜିଲି, 


ତୁ ଜହ୍ନ ହେଇ ଉଇଁଲୁ,ଜ୍ୟୋସ୍ନାରେ ଭିଜିଲି 


ହସରେ ଲୁହରେ, ସୁଖରେ ଦୁଃଖରେ, 


ମୁଁ ଦେଖୁଚି ସ୍ବପ୍ନ, 


ସତରେ କି ମିଛରେ, ଭୁଲରେ କି ଠିକରେ, 


ହଜେଇଚି ନିଦ, 


ଜାଣେନା ଜାଣେନା ଏ'କି ସେହି ପ୍ରେମ..!


ତୁ ମେଘ ମୁଁ ବର୍ଷା, 


ମୁଁ ମନ ତୁ ତୃଷ୍ଣା, 


ତୁ ମେଘ ହେଇ ଆସିଲୁ,ବର୍ଷା ହୋଇ ଝରିଲି, 


ମୋ ମନରେ ବସିଲୁ, ତନ୍ଦ୍ରା ହୋଇ ଖୋଜିଲି, 


ଶରତ କି ଶ୍ରାବଣ, ବସଂତ କି ବଉଳ, 


ସବୁ ରାତି ଦିନ, 


ଦେହରେ ପ୍ରାଣରେ, ଲୁହରେ ଲହୁରେ, 


ହୁଏ ସ୍ମୃତି ଚିହ୍ନ, 


ଜାଣେନା ଜାଣେନା, ଏ'କି ସେହି ପ୍ରେମ..!


କିଛି ମାନ ଅଭିମାନ, 


କିଛି ରାଗ ଅନୁରାଗ, 


ସେଇ ମାନେ ଅଭିମାନେ,ସେଇ ରାଗେ ଅନୁରାଗେ, 


ସେଇ ଚୋରା ଚଇତିରେ, ସେଇ ପୂଜା ଆଳତୀରେ, 


ସ୍ପନ୍ଦନରେ ବନ୍ଦନରେ, ମୋ ଅଳି ଅଞ୍ଜନରେ, 


ବିଶ୍ୱାସରେ ନିଶ୍ୱାସରେ, ହଁ ନାଁ ରଙ୍ଗୋଲିରେ, 


ଜାଣି ବି ଜାଣେନା କେବେ ହେଲା ପ୍ରେମ..? 


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract