STORYMIRROR

Chittaranjan Parida

Inspirational

3  

Chittaranjan Parida

Inspirational

ମୁକ୍ତି

ମୁକ୍ତି

1 min
12K

ମୁଁ ଆଜି ମୁକ୍ତ

ଖାଲି ମୁକ୍ତ ନୁହେଁ

ପାଇଛି ମୁକ୍ତିର ପଥ ।

ମୁଁ ଆଜି ପରାଭୂତ

କିବା କବଳିତ ନୁହେଁ

ଲକ୍ଡ଼ାଉନ୍-କଣ୍ଟେନମେଣ୍ଟ

ଅବା କ୍ଵାରେନଟାଇନ କବଳରେ,

ଯେଉଁ ଠାରୁ ଅନୁଭବିଛି

ବନ୍ଧନର ଦୁଃଖ

ଆଉ ପିଞ୍ଜରାବଦ୍ଧ

ମୁକ୍ତିକାମୀ ପଶୁ-ପକ୍ଷୀଙ୍କ

ମନର ବେଦନା।

ଉତ୍ତର ଖୋଜି ପାଇଛି

ମୁଁ କିଏ?

ମୁଁ କେଉଁଠାରୁ ଆସିଛି?

ମୁଁ କେଉଁଆଡେ ଯିଵି?

ଏ ସବୁ ଅସମାୟିତ ପ୍ରଶ୍ନର ।

ଆଜି ମୁଁ ମୁକ୍ତିର ପଥେ

ମାନବୀୟ ଶୃଙ୍ଖଳକୁ ଛିନ୍ନକରି

ମାୟା ବନ୍ଧନକୁ ତୁଟାଇ

ସାଜି ପ୍ରଗଳଭ ତଟିନୀ

ବହିଚାଲିଛି ଏକ ଲକ୍ଷ୍ୟରେ

ବିଲୀନ ହେବାକୁ ମହୋଦଧି ସାଥେ ।

ନା' ଆଜି ମୋତେ କେ ବାନ୍ଧିପାରିବ

ନା' ଅଟକି ପାରିବ

ନା ଲୋଭିତ କରି ପାରିବ

ଏ କମନୀୟ ଧରା

ନା ମୋହିତ କରିପାରିବ

ନୀଳାଭ ଗଗନର ଶୋଭା,

ମୁଁ କାମନା ମୁକ୍ତ

ଶୂନ୍ୟପଥର ଯାତ୍ରୀ

ଆଉ ପାପ-ପୂଣ୍ୟର

ହିସାବ ଉର୍ଦ୍ଧ୍ବରେ

ଲକ୍ଷ୍ୟ ,କେବଳ ଶାନ୍ତି ।

         


Rate this content
Log in

Similar oriya poem from Inspirational