STORYMIRROR

Sunita Barik

Thriller

3  

Sunita Barik

Thriller

ମୁକ୍ତି

ମୁକ୍ତି

1 min
179

ଯାଆ ମୋ ହାତ ପାପୁଲିରୁ 

ତୋତେ ମୁକ୍ତି ଦେଲି

ମୋ ସ୍ନେହର ବାହୁ ଵଳୟରୁ

ତୋତେ ଅପସାରଣ କଲି

ଯାଆ ମନ ଇଚ୍ଛା ଵୁଲି ଆ

ଯୋଉଠିକୁ ଯିବାର ଅଛି

ଅବାଧରେ ଯାଆ

ତୋତେ ବାରଣ କରିଵାର

ସବୁ ରାସ୍ତାକୁ ଅବରୋଧ କଲି

ବାହାର ଦୁନିଆକୁ ଦେଖିବୁ ବୋଲି

ବିକଳ ହ‌ଉଥିଲୁ ପରା

ଯାଆ ତୋତେ ଛାଡିଲି ତୋ

ନିଜ ଦାୟିତ୍ୱରେ

ହେଲେ ଏତିକି ମନେ ରଖ!

ଯେବେ ବୁଲି ବୁଲି ଥକ୍କି ଯିବୁ

ମୋର ଏଇ ହାତ ପାପୁଲିକୁ

ନିର୍ଦ୍ଵନ୍ଦରେ ଫେରି ଆସି ପାରିବୁ

ଯେବେ ତୁ ଇଛା କରିବୁ

କିଛି ବି ବାଧା ବିଘ୍ନ ନାହିଁ

ଏଇ ହାତ ପାପୁଲିରେ ତୋତେ

ପୁଣି ଥରେ ଧରି ରଖିବାର

ଯଥେଷ୍ଟ ସାମର୍ଥ୍ୟ ରହିଛି

ଯେମିତି ସେତକ 

ଭୂଲି ନ ଯାଉ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller