STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ମୁକ୍ତି

ମୁକ୍ତି

1 min
377

ସୁନାପଞ୍ଜୁରୀ କି ରୁପାର ଥାଳି

କେଉଁଥିରେ ମୋର ପୁରୁନି ମନ

ମନ ଚାହେଁ ଖୋଲା ଆକାଶରେ

ଖୁସିରେ ବଞ୍ଚିବି ମୁକ୍ତ ଜୀବନ


ଲୋଡ଼ା ନାହିଁ ମୋର ଖିରି, ପୁରି, ଭାତ

ଅବା ରଜା ନଅର

ଗଛଲତା ମୋର ଜୀବନ ସଂଗୀତ

ବୃଥା ଲାଗେ ମତେ ଏ ନରକ ଘର


ମୋର ସାଙ୍ଗସାଥି କେତେ ଆନନ୍ଦରେ

ଫୁଲରୁ ଫୁଲକୁ ଉଡ଼ନ୍ତି

ହସରେ ଖୁସିରେ ଗୀତ ଗାଇଗାଇ

କେତେ ମଉଜରେ ରୁହନ୍ତି


ମୁକ୍ତି ଚାହେଁ ମୁହିଁ ମୁକ୍ତିଦିଅ ମତେ

ଉଦ୍ଧାର କର ଏ ଵିପଦୁ

ପ୍ରାର୍ଥନା କରୁଛି ମୋ ପରି କାହାକୁ

ବନ୍ଦୀ କରି ନ ରଖିବ ଆଉ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract