STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ମୁକ୍ତି ଅଛି ତହିଁ

ମୁକ୍ତି ଅଛି ତହିଁ

1 min
204


କିଏସେ କୁହେ ମୁକ୍ତି ନାହିଁ


ଜ୍ଞାନ ଅଛି ଦିଶେ ନାହିଁ


ଧର୍ମ ଅଛି ବୁଝେ ନାହିଁ


ଅଦୃଶ୍ୟ ଅଛି ଦୃଶ୍ୟ ନାହିଁ


ବୁଝି କିମ୍ପ ହୁଏ ନାହିଁ?


ଯନ୍ତ୍ରଣା ଅଛି ସୁଖ ନାହିଁ।



ମୁକ୍ତି ପରା ଅଛି ଜୀବନେ


ଘନ ଅନ୍ଧାକାରକୁ ଶୁନ୍ୟତାକୁ ଧରି


ଜନମ ମାତ୍ର ହିଁ କର୍ମ କରିବାରେ


ବ୍ରହ୍ମାଣ୍ଡ ଠାକୁରଙ୍କ ଇଙ୍ଗିତରେ।



ଯଥା


ଆତୁରିତ ମହୁମାଛି କର୍ମୀ ହୋଇ


ନାହିହିଁ ସେ ବିଶ୍ରାମେ


ପୁଷ୍ପ ପାଖୁଡାରୁ ଅହରହ


ମଧୁ ପାଇବାରେ।



ଜୀବନ ଯାତ୍ରା ଥକିବାରେ ନାହିଁ


ଦୁଃଖରେ ଆତୁରତା ଭି ନାହିଁ


କର୍ମ କରିବାକୁ ହେବ


ସନ୍ତୁଳିତ ମନ ପ୍ରାଣେ


ରାଷ୍ଟ୍ର କର୍ଯ୍ୟେ ରଖିଣ ଟି ଧ୍ୟାନେ


ଜନଜନଙ୍କର କଲ୍ୟାଣେ


ପ୍ରଭୁଙ୍କ ଭକ୍ତି ଚରଣେ


ରାଷ୍ଟ୍ରର ନିର୍ମାଣେ।



ଜୀବନ ଯାତ୍ରାଟି କଷ୍ଟକର


ଯହିଁ କର୍ମରେ ସୁନାମ ଅପାର


ଲିପିବଦ୍ଧ ହେବ


ଯୁଗେ ଯୁଗେ ନାମ


ଏହୁତ ମୁକ୍ତି ଏହୁତ ମୁକ୍ତି।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract