Chittaranjan Nanda

Inspirational

3  

Chittaranjan Nanda

Inspirational

ମୁକ୍ତ ହେବୁ ପୁଂଜିବାଦୀ ବନ୍ଧନରୁ

ମୁକ୍ତ ହେବୁ ପୁଂଜିବାଦୀ ବନ୍ଧନରୁ

1 min
153


ଭଲ ମନ୍ଦରେ ଚାଲେ ଏ ମଣିଷ ଜାତି  

ସାହି ପଡିଶାଙ୍କୁ ନେଇ

ବିପଦ ଆପଦେ ବନ୍ଧୁ ବାନ୍ଧବଙ୍କ ସରବ 

ପ୍ରକାର ସହଯୋଗ ଥାଇ |୧|


କରୁଥିଲା ତାର ଜୀବନ ଯାପନ କେତେ 

ସେନେହ ଓ ପ୍ରୀତିରେ 

ସମସ୍ତ ସମସ୍ତଙ୍କ ଭଲ ମନ୍ଦରେ ଭାଗୀ 

ହୋଇ ଆଦିମ ଯୁଗରେ |୨|


ବିବେକ ବୁଦ୍ଧିରେ ଚାଲେ ତ ମାନବ  

ମଣିଷତ୍ୱ ତାର ଥାଏ

ଏପରି ଜୀବନ ଯାପନ କରଇ ବୋଲି 

ସାମାଜିକ ପ୍ରାଣୀ ବୋଲାଏ |୩|


କ୍ରମଶଃ ମନୁଷ୍ୟର ଗତି ହୁଏ କେବଳ 

ନିଜର ନିହିତ ସ୍ୱାର୍ଥ ପାଇଁ

ଉଚ୍ଚ ଓ ନୀଚ ଧନୀ ଓ ଗରୀବର ଭାବ 

ତାହାର ମନରେ ପଶଇ |୪|


ଶାସନ କରିବ ମଣିଷ ଉପରେ ମଣିଷ  

ଉଦ୍ରେକ ହୁଏ ଉଗ୍ରଭାବ

ସୃଷ୍ଟି ହୁଏ ଧନୀ ଗରୀବ ଧର୍ମ ଜାତି  

ଜାତୀୟତା ପରି ଭେଦଭାବ |୫|


ଦଖଲ କଲା ସବୁ ଜଳ ଜମି ଜଙ୍ଗଲ  

ଏ ବିଭେଦ ତ ସୃଷ୍ଟି କରି 

ପଇସାର ପ୍ରାଧାନ୍ୟ ସୃଷ୍ଟି କରି ସରବ 

ସମ୍ପଦର ହେଲା ତ ଅଧିକାରୀ |୬|


ସମୟ ଆସିଲା ଅକ୍ତିଆର କଲା ଜମି 

ବାଡି ଖଣି ଖଣିଜ ପଦାର୍ଥ  

ଶ୍ରମ ଓ ଶ୍ରମିକ ଉପରେ ସର୍ବଦା ପ୍ରାଧାନ୍ୟ 

ସୃଷ୍ଟି କରିଲା ପରା ଅର୍ଥ |୭|


ଅର୍ଥବଳେ ଧନୀ ବ୍ୟକ୍ତି ଦେଶ ଧନରୁ 

ଭରପୂର ଫାଇଦା ଉଠାଉଛନ୍ତି

ତେଣୁ ଧନ ଓ ଧନୀ ଲୋକଙ୍କୁ ସମସ୍ତେ 

ସଦା ଆଦର ସମ୍ମlନ ଦେଉଛନ୍ତି |୮|


ଗରୀବ ଲୋକ ଧନୀଦ୍ୱାରା ଶୋଷଣର 

ଶୀକାର ହୁଅନ୍ତି ବିଭିନ୍ନଉପାୟରେ

ସବୁ ସୁଖ ସୁବିଧାରୁ ବଞ୍ଚିତ ହୋଇ ସେ 

ଦିନ କାଟେ ଭୋକ ଉପାସରେ |୯|


ଧନୀ ବ୍ୟକ୍ତି କଳେ ବଳେ ତାର ସମସ୍ତ 

କାମକୁ ହାସଲ କରି ନିଏ

ତେଲିଆ ମୁଣ୍ଡେ ତେଲ ଗରୀବ ନୁଖୁରା 

ମୁଣ୍ଡଟି ପାଏନି ତେଲ ଟୋପାଏ |୧୦|


କାର୍ଲ ମାକ୍ସଂକ ଚିନ୍ତାଧାରା ବିଶ୍ୱରେ ସଚେତନ 

କରାଇଛି ସର୍ବହରାକୁ 

ସର୍ବହରା ଏକାଠି ହୋଇ ନିଶ୍ଚିତ ମୁକ୍ତ ହେବେ 

ଭାଂଗି ପୁଂଜିବାଦୀ ବନ୍ଧନକୁ |୧୧|



Rate this content
Log in

Similar oriya poem from Inspirational