STORYMIRROR

Kunja Bihari Dalai

Inspirational

4  

Kunja Bihari Dalai

Inspirational

ପରିବର୍ତ୍ତନ

ପରିବର୍ତ୍ତନ

1 min
234

ଦଳେ ଚୋର ଦିନେ କରନ୍ତି ବିଚାର

ଯିବା ପାଖ ଆଶ୍ରମକୁ 

ବହୁ ଧନୀ ଘର ମହିଳା ଆସନ୍ତି

ପ୍ରବଚନ ଶୁଣିବାକୁ।


ପ୍ରବଚନ ଅନ୍ତେ ଫେରିବା ରାସ୍ତାରେ

କରିବା ତାଙ୍କୁ ଲୁଣ୍ଠନ 

ତାଙ୍କ ଅଳଂକାର ବହୁ ମୂଲ୍ୟବାନ

ଚଳିଯିବା କିଛି ଦିନ।


ଚିତା ଚଇତନ ଗୈରିକ ବସନ

ପରିଧାନ କରି ସର୍ବେ 

ଶ୍ରୋତାଙ୍କ ଗହଣେ ବସି ଶୁଣୁଥାନ୍ତି 

ପ୍ରବଚନ ଭକ୍ତି ଭାବେ।


ସନ୍ଥ ମହାରାଜ ବକ୍ତବ୍ୟ ଦିଅନ୍ତି

କର୍ମ ଅନୁଯାୟୀ ଫଳ 

ତୁମ କଲା କର୍ମ ସୂଚାଇ ଦେବ କି

ତୁମେ କେତେ ନିରିମଳ।


ପୂର୍ବ ଜନମର ସୁକର୍ମେ ମିଳିଛି

ଦୁର୍ଲଭ ମାନବ ଜନ୍ମ 

ପୁଣି ପାଇବାକୁ ଯେବେ ତୁମ ଇଚ୍ଛା

କରନା ଖରାପ କର୍ମ।


ସାଧୁ ମହାତ୍ମାଙ୍କ ବିଷୟ ବସ୍ତୁରେ

ପଶିଲା ଚୋରଙ୍କ ଚେତା 

ଅନ୍ୟକୁ କନ୍ଦାଇ ଲୁଣ୍ଠନ କରୁଛୁଁ

ରୁଷ୍ଟ ହୋଇବେ ବିଧାତା।


ଶ୍ରୋତା ଗଣ ସର୍ବେ ଲେଉଟି ଗଲେଣି

ବସିଥାନ୍ତି ଚୋରମାନେ 

ପଚାରନ୍ତି ତାଙ୍କୁ ସାଧୁ ମହାରାଜ

ଯାଉନା କିଆଁ ସଦନେ ?


ସନ୍ଥ ପାଦତଳେ ପଡ଼ି ଚୋରଦଳ

କହନ୍ତି କରିଛୁ ପାପ 

କେମିତି ଉଦ୍ଧାର ପାଇବୁ କହନ୍ତୁ

କରୁଅଛୁ ମନସ୍ତାପ।


ସତ୍ ସଂଗୀ ହୁଅ ଅପକର୍ମ ଛାଡି

କର ସେବା ମାନବ ର 

ପରିଶ୍ରମ ଦ୍ଵାରା ନିଜ ପେଟ ପୋଷ

ରାସ୍ତା ମିଳିବ ମୁକ୍ତିର।


ଚୋରମାନେ ନିଜ କର୍ମ ବଦଳିଲେ

ମାନି ସାଧୁଙ୍କର ବାଣୀ 

ପରିଶ୍ରମ ଧନେ ଚଳିଲେ ସଂସାରେ

ଜୀବେଦୟା ଭାବ ଘେନି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational