Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

4  

Chittaranjan Nanda

Inspirational

ଅକ୍ଷିମୁଠି ଅନୁକୂଳ, ଅକ୍ଷୟ ତୃତୀୟା

ଅକ୍ଷିମୁଠି ଅନୁକୂଳ, ଅକ୍ଷୟ ତୃତୀୟା

1 min
364


ଅକ୍ଷୟ ତୃତୀୟା ତିଥି ପରା ଆଜି

ଚଷା ଭାଇ ଧାନ ବୁଣିବ ଆଜି |୧|


କୃଷି ଭିତ୍ତିକ ଅଟେ ଏହି ପରବ 

ସବୁ ଅନୁକୂଳର ହୁଏ ଆରମ୍ଭ |୨|


ସଂସ୍କୃତିରେ ଏହା ଶ୍ରେଷ୍ଠ ଦିନଟିଏ

କୃଷକ ଦିବସ ବୋଲି ପାଳନ ହୁଏ |୩|


ଅକ୍ଷି ତୃତୀୟା ପାଳିତ ହୁଅଇ

ସୁଖ ସମୃଦ୍ଧି ସୌଭାଗ୍ୟ ପାଇଁ |୪|


ଚାଷୀ କିଣ ଏକ ନୂଆ ଗଉଣୀରେ 

ଧାନ ପୁରାଏ ନୂଆ ଟୋକେଇରେ |୫|


ଚନ୍ଦନ ସିନ୍ଦୂର ସେଥିରେ ବୋଳି

କୃଷକ ଭାଇ ପକାଏ ହୁଳୁ ହୁଳି |୬|


ଈଶାନ କୋଣେ ନୈବେଦ୍ଯ ଲଗାଇ 

ଲକ୍ଷ୍ମୀ ଠାକୁରାଣୀଙ୍କୁ ଆଦରେ ପୂଜଇ |୭|


ମାଆକୁ ସୁମରି ଚାଷ କରି ବୁଣେ ଧାନ 

ଶୁଭ ବେଳାରେ କରେ ଅକ୍ଷିମୁଠି ଅନୁକୂଳ |୮|


ଅକ୍ଷୟ ତୃତୀୟା ତିଥି ରଥ କାଠ ଅନୁକୂଳ

ଶୁଦ୍ଧ ଭାବେ ବ୍ରତ ପାଳିଲେ ମିଳେ ପୂଣ୍ୟଫଳ |୯|


ଶୁଭ କାର୍ଯ୍ୟ ପାଇଁ ଏ ଦିନ ତ ବିଖ୍ୟାତ

ପୁଣ୍ୟ କାର୍ଯ୍ୟ କରିବା ପାଇଁ ତ ଖ୍ୟାତ |୧୦|


ଏହି ଦିନର ଅଛି ବହୁତ ମହତ୍ତ୍ୱ

 ଶାସ୍ତ୍ର ପୁରାଣରେ ହୋଇଛି ବର୍ଣ୍ଣିତ |୧୧|

  

ଏହି ଦିନ ସୀତା ମାତା ହେଲେ ଜାତ

ବ୍ୟାସ ରଚିଥିଲେ ଏହି ଦିନ ମହାଭାରତ |୧୨|


ଜୟଦେବ ପର୍ଶୁରାମଙ୍କର ଜନମ ଦିନ 

ତେତ୍ରୟା ଯୁଗର ଆରମ୍ଭ ତ ଏହି ଦିନ |୧୩|


କୁବେର ଧନ ଭଣ୍ଡାରକୁ ତ ପ୍ରାପ୍ତି କରି ଥିଲେ

ସୂର୍ଯ୍ୟଦେବ ପାଣ୍ଡବେ ଅକ୍ଷୟ ପାତ୍ରକୁ ଦେଲେ |୧୪|


ଏହି ଦିନରେ ସତ୍ୟ ଯୁଗର ଆରମ୍ଭ ହେଲା

ବିଷ୍ଣୁ ଭଗବାନ ଶାସନର ଅୟାରମ୍ଭ ହେଲା |୧୫|


ଋଷଭ ଦେବ ଏକ ବର୍ଷ ଉପବାସ କଲେ

ପାନ ରସ ପାନ କରି ଦିନ ବିତାଇ ଥିଲେ |୧୬|


ଆଜିର ଦିନଟି ଓଡିଆର ସୁଖର ପରବ

ସଭିଏଁ ପାଳିବା ଓଡିଆ ବୋଲି କରି ଗର୍ବ |୧୭|


ଶ୍ରୀ ଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ

ବିବାହ ବ୍ରତ ଘର ନିର୍ମାଣ ସର୍ବ ଶୁଭ କାର୍ଯ୍ୟ ହୁଏ |୧୮|


ଆଜ ଦିନେ ଆମେ ରଖିବା ଆମ ମନ ହରସ

ରାଗ ହିଂସାରୁ ଦୂରେଇ ନବା ନୂତନତାର ରସ |୧୯|


ଆସ ସମସ୍ତେ ଆଜି ଦିନରେ ଶପଥ ନେବା

ବିବେକ ଖଟାଇ ବୁଝି ବିଚାରି କାର୍ଯ୍ୟ କରିବା |୨୦|


ସହଜେ ବିପଦ ଆସେନି ଚଳିଲେ ସାବଧାନରେ

କୃଷକ ବିରୋଧୀଙ୍କୁ ଚିହ୍ନି ଖୁସି ଫେରେଇବାରେ |୨୧|



Rate this content
Log in

Similar oriya poem from Inspirational