Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

4  

Arjuni charan Behera

Inspirational

ଶ୍ରମିକ ଭାଇ

ଶ୍ରମିକ ଭାଇ

1 min
289


ଶ୍ରମିକ ଭାଇରେ ଶ୍ରମିକ ଭାଇ l

ଶ୍ରମ କରି ଯାଉ କହ କିମ୍ପାଇଁ ll


ଶ୍ରମ କରିବା ମୋ ମହାନ ତପ l

ବିନାଶ୍ରମେ ଖାଦ୍ୟ ବିସ୍ତର ପାପ ll


ଶ୍ରମ କରି କର ଜୀବନ ଧନ୍ୟ l

ପରୋପକାର ଏ ପରମ ଧର୍ମ ll


ମନେ ରଖିଥାଅ ଗୀତାର ଭାଷା l

କର୍ମ କରିଯାଅ ଫଳେ ନ ଆଶା ll


କଳ ନଦୀ ବନ୍ଧ ସହର କୋଠା l

ଶ୍ରମରେ ସମ୍ଭବ ମନେ ରଖି ଥା ll


ଶ୍ରମବଳେ ଚାଲେ ମଟର ଗାଡ଼ି l

ଅନ୍ୟଗ୍ରହ ଲୋକ ଯାଆନ୍ତି ଉଡ଼ି ll


ଶ୍ରମବଳେ ଖୋଳା ରତନ ଖଣି l

ଶ୍ରମ ବଳେ ବନ୍ଧା ସ୍ୱର୍ଗ ନିଶୁଣି ll


ଉତ୍କଳ ଉତ୍କଳ ମଣି ଗୌରବ l

କହିଥିଲେ ଏକ ବାଣୀ ଅପୂର୍ଵ ll


ମଣିଷ ଜନମ ନୁହେଁ ଗଣନା l

ଵର୍ଷ ମାସ ଦିନ ଦଣ୍ଡରେ ସିନା ll


କରମେ ଜୀବନ କର୍ମେ ମରଣ l

ମାନ ଦଣ୍ଡ ଏହା ମଣିଷ ପଣ ll


ବୁଝି ଗଲି ଏବେ ଶ୍ରମିକ ଭାଇ l

ଦେଶର ଉନ୍ନତି ତୋହରି ପାଇଁ ll


ଶ୍ରମିକ ଭାଇରେ ତୁ ଲାଗି ପଡ଼ l

ଶ୍ରମ ଠାରୁ କିଛି ନାହିଁଟି ବଡ଼ ll


ଶିରାଳ ହାତେ ତୋ ମିଳାଇ ହାତ l

ମିଶି ଗଢ଼ି ଯିବା ସୁନା ଭାରତ ll



Rate this content
Log in

Similar oriya poem from Inspirational