STORYMIRROR

Arjuni charan Behera

Inspirational Others

3  

Arjuni charan Behera

Inspirational Others

ରାଣ୍ଡିପୁଅ ଅନନ୍ତା

ରାଣ୍ଡିପୁଅ ଅନନ୍ତା

1 min
3

         ରାଣ୍ଡିପୁଅ ଅନନ୍ତା
        ===========
ଶୁଣ ରାଣ୍ଡି ପୁଅ, ଶୁଣରେ ଅନନ୍ତା ।
ଠେଙ୍ଗାଟି ଧରିଛୁ ଅଟଇ କେମନ୍ତା।। ଠେଙ୍ଗାରେ ରହିଛି କି କି ଗୁଣସବୁ । ଶୁଣିବାକୁ ମନ ବୁଝେଇ ତୁ ଦେବୁ ।।
ଶୁଣ ଶୁଣ ବାବୁ ଏ ଠେଙ୍ଗାର ଗୁଣ । ଠେଙ୍ଗାଟି ଅଟଇ ସ୍ଵୟଂ ନାରାୟଣ।।
ଚୋରି ଦାରି ସବୁ ଯେତକ ଫିସାଦି। ସୁଧଖୋରୀ, ଟାଉଟରି, କାରସାଦି।। ଧୋକାବାଜି, ଘରଭଙ୍ଗା ରାଜନୀତି।
ମିଥ୍ୟା ପ୍ରବଞ୍ଚନା ଯେତକ ଦୁର୍ନୀତି।।
ଭାଙ୍ଗି ଦେବ ବାବୁ ସଭିଙ୍କ ଗାରିମା।
ଏମନ୍ତ ଅଟଇ, ଠେଙ୍ଗାର ମହିମା ।।
ରାଣ୍ଡି ପୁଅ ମୁଁ ଯେ, ହୁରୁମା ଅନନ୍ତା।
ନ ଚଳିବ, ଆଉ କାହାର କ୍ଷମତା ।। ଠେଙ୍ଗାକୁ ଡରନ୍ତି ବ୍ରହ୍ମା, ସଦାଶିବ ।
ସଭିଙ୍କ ଗାରିମା ନିଶ୍ଚେ ଭାଙ୍ଗିଯିବ ।।
ବ୍ୟାସ କବିଙ୍କର ଅଟଇ ମୁଁ ଚେଲା ।
ଅନନ୍ତର ପାଶେ ନଚଳେ ଝମେଲା।।
ଅନନ୍ତ ମୋ ନାମ ଡାକରେ ଅନନ୍ତା ।
ବୁଝି ଥାଆ ଭାଇ ଅନନ୍ତା ଯେମନ୍ତା।।
           🙏🙏🙏
               ଅର୍ଜୁନୀ
              -----------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


Rate this content
Log in

Similar oriya poem from Inspirational