STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ନୀଳଚକ୍ରେ ଉଡ଼େ ନେତ     

ନୀଳଚକ୍ରେ ଉଡ଼େ ନେତ     

2 mins
1

    ନୀଳଚକ୍ରେ ଉଡ଼େ ନେତ     
      ============
ନୀଳଚକ୍ରେ ଉଡ଼େ ନେତ ଲୋ
      ଫୁଲ ବଉଳବେଣୀ ।
ନୀଳ କନ୍ଦରରେ ଶ୍ରୀଜଗନ୍ନାଥ
  ପ୍ରସାରି ବସିଛି ହାତ ଲୋ
      ଫୁଲ ବଉଳବେଣୀ ।।
ସାଙ୍ଗରେ ଭଉଣୀ ଭାଇ ଲୋ
       ଫୁଲ ବଉଳବେଣୀ ।
ପାଶେ ସୁଦର୍ଶନ ଅଛନ୍ତି ରହି
 ଶୋଭାକୁ ଉପମା ନାହିଁ ଲୋ
       ଫୁଲ ବଉଳବେଣୀ ।।
    କଳପ ବଟର ଛାଇ ଲୋ
       ଫୁଲ ବଉଳବେଣୀ ।
ବଟ ଗଣେଶଙ୍କ ପାଖରେ ଯାଇ
 ଧିଆନେ ବସିବା ରହି ଲୋ
      ଫୁଲ ବଉଳବେଣୀ ।।
ଆନନ୍ଦ ବଜାର ହାଟ ଲୋ
      ଫୁଲ ବଉଳବେଣୀ ।
ବିକା ହେଉଅଛି ଅବଢ଼ା ଭାତ
ସାକ୍ଷାତେ ଅଟେ ଅମୃତ ଲୋ
    ଫୁଲ ବଉଳବେଣୀ ।।
କମଳା ତାଙ୍କ ଘରଣୀ ଲୋ
     ଫୁଲ ବଉଳବେଣୀ ।
ବିଶ୍ବ ପଡ଼ିଦାତ୍ରୀ ସିନ୍ଧୁ ଦୂଲଣୀ
 ବିଶ୍ବପୁଜ୍ୟା ଠାକୁରାଣୀ ଲୋ
      ଫୁଲ ବଉଳବେଣୀ ।।
ବାଟରେ ବାଟ ମଙ୍ଗଳା ଲୋ
      ଫୁଲ ବଉଳବେଣୀ ।
ପଥରେ ପଡ଼ଇ ଅଠର ନଳା
 ନୀଳାଚଳିଆଙ୍କ ଲୀଳା ଲୋ
       ଫୁଲ ବଉବେଣୀ ।।
କି କହିବି ତାଙ୍କ କଥା ଲୋ
      ଫୁଲ ବଉଳବେଣୀ ।
ଚତୁର୍ଦ୍ଧା ମୂରତୀ ଦାରୁଦେବତା
 ଡାକିଲେ କୁହନ୍ତି କଥା ଲୋ
       ଫୁଲ ବଉଳବେଣୀ ।।
ଦୁର୍ଲଭ ମନୁଷ୍ୟ ଜନ୍ମ ଲୋ
     ଫୁଲ ବଉଳବେଣୀ ।
ଦାରୁ ଦେବତାଙ୍କୁ କର ଦର୍ଶନ
 କରୁଛି ତାଙ୍କୁ ପ୍ରଣାମ ଲୋ
      ଫୁଲ ବଉଳବେଣୀ ।।
ଲାଗିଲା କାଳିଆ ଡୋରି ଲୋ
       ଫୁଲ ବଉଳବେଣୀ ।
ଆସ ଜାଇଫୁଲ ସେବତୀ ମଲ୍ଲି
 ବୁଲିଯିବା ଆସ ପୁରୀ ଲୋ
       ଫୁଲ ବଉଳବେଣୀ ।।
ବୋଲ ମୁଖେ ହରି ହରି ଲୋ
      ଫୁଲ ବଉଳବେଣୀ ।
ପାପଛଡ଼ା ପୁର ଅଟେ ସେ ପୁରୀ
 ବିଜେ ହଳୀ, ଭଦ୍ରା, ହରି ଲୋ
       ଫୁଲ ବଉଳବେଣୀ ।।
            🙏🙏🙏
               ଅର୍ଜୁନୀ
              -----------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya poem from Inspirational