ଆମେ ଶ୍ରମିକ
ଆମେ ଶ୍ରମିକ
ବିଶ୍ଵକର୍ମା ଆମେ
ଆମେ ଶିଳ୍ପୀ ଆମେ ଶ୍ରମିକ
ସୃଷ୍ଟିର ଆମେ ମହାନାୟକ
ସର୍ବ ନିର୍ମାଣର ଅଟୁ ନାୟକ ।
କଳକାରଖାନା ଅବା
ହେଉ ଖଣି ଖାଦାନ
ସବୁଠି ଥାଏ ଆମ ଯୋଗଦାନ
ସୁନ୍ଦର ବିଶ୍ଵର କରିଅଛୁ ଆମେ ନିର୍ମାଣ
ପ୍ରତି ମୁହୂର୍ତ୍ତରେ ଶୋଷକ ଶାସକ
ମାରୁଛି ଆମଠି ଚାବୁକ
ଆମେ ଦୁଃଖୀ ଦରିଦ୍ର ଶ୍ରମିକ
ଆମେ ଶ୍ରମିକ ଆମେ ଶ୍ରମିକ ।
ଜାତି ନାହିଁ ଆମ ଧର୍ମ ନାହିଁ
ଆମ ଜାତି ହେଲା ଶ୍ରମିକ
ଖଟିଖିଆ ଆମେ ଲହୁଲୁହ ବୁହା
ଦେଶ ଜାତି ଓ ବିଶ୍ଵ ସେବକ
ଶ୍ରମିକ ଆମେ ଶ୍ରମିକ ।
ସଖୀ କଣ୍ଢେଇ ସଜାନ୍ତି
ଆମକୁ ଶୋଷକ ଶାସକ
ଆମରି ଶ୍ରମରେ
ସେମାନେ ସାଜନ୍ତି
ପୁଞ୍ଜିପତି ଓ ବଣିକ
ଆମେ ଶ୍ରମିକ ଆମେ ଶ୍ରମିକ ।
ଘନ ଅନ୍ଧକାରେ ବୁଡି ରହି ଆମେ
ସମଗ୍ର ବିଶ୍ବକୁ ଦେଖାଉ ଆଲୋକ
ବିଶ୍ଵ ସମୁଦାୟର ବିଷ ପାନ କରି
ନୀଳକଣ୍ଠ ସାଜି ସାଜୁ
ଆମେ ଦେଶ ଓ
ବିଶ୍ଵ ନିର୍ମାଣର ସେବକ
ଆମେ ଶ୍ରମିକ ଆମେ ଶ୍ରମିକ ।
ଆମ ରି ହାତରେ
କେତେ କାରଗରୀ କଳା କୌଶଳ
ଆମେ ଭାଙ୍ଗି ଆମେ ଗଢି ପାରୁ
ଏ ଦେଶ ଓ ବିଶ୍ଵର
ଶାସନ ପ୍ରଶାସନ କଳ
ଦୁର୍ନୀତିର ଚେର ଉପାଡି ବି ପାରୁ
ଭ୍ରଷ୍ଟାଚାର କୁ କରି ଦେଇପାରୁ ବିଶ୍ଵୁ ନିର୍ମୂଳ
ଆମେ ନୋହୁଁ ଦୁର୍ବଳ
ଆମ ମଧ୍ୟରେ ଅଛନ୍ତି କେତେ
କବି ସାହିତ୍ୟିକ ଓ ଲେଖକ
ଆମେ ବୁଦ୍ଧିଜୀବି ଆମେ ଶ୍ରମିକ ।
ଆମ ନିହଣ ଓ କଲମର ମୁନ
ଦେଇପାରେ ବିଶ୍ଵେ ସଂଗ୍ରାମର ଡାକ
ଲେଲିନ୍ ଷ୍ଟାର୍ଲିନ୍
ମାର୍କ୍ସ ଓ ମାଓ ଆମ ପଥ ପ୍ରଦର୍ଶକ
ଶ୍ରମିକ ଶ୍ରେଣୀ ଚୁର୍ ମାର୍ କରିପାରେ
ପୁଞ୍ଜିପତି ଙ୍କର ଶୋଷଣ ଲୁଣ୍ଠନର ଭୋକ
ହଟାଇ ପାରୁ ବିଶ୍ଵୁ ଏକଛତ୍ରବାଦ ଶାସକ
ଆମେ ଶ୍ରମିକ ଆମେ ଶ୍ରମିକ ।
