STORYMIRROR

Bharatabandhu Biswal

Inspirational Children

4  

Bharatabandhu Biswal

Inspirational Children

ମୁକ୍ତ ବିହଙ୍ଗ

ମୁକ୍ତ ବିହଙ୍ଗ

1 min
231

ମୁକ୍ତ ଆକାଶର ବିହଙ୍ଗ ଆମେରେ

ଆମେ ଏ ଅଗଣା ତାରା ଫୁଲ

ମହକି ଉଠିବୁ ଧରାରେ ସୁବାସେ

ଦୁଃଖ ଓ କଷଣ କରିବୁ ଦୂର ।


ହସରେ ଆମର ଖେଳିବ ପୁଲକ

ଜୀବନେ ଭରିବୁ ନୂଆ ବିଶ୍ୱାସ

ନୂତନ ଯୁଗର ସନ୍ତାନ ଆମେରେ

ମନରେ ଆମର ଭରା ସାହସ ।


ମାନିବୁନି ଆମେ ବାଧା ବା ବନ୍ଧନ

ଭେଦଭାବନା ଯାତନା କ୍ଳେଶ,

ଭରିଦେବୁ ଆମେ ପ୍ରତିଟି ପ୍ରାଣରେ

ଆନନ୍ଦ ଉତ୍ସାହ ଜୀବନ ଶ୍ୱାସ ।


ଜ୍ଞାନ ଓ ବିଜ୍ଞାନେ ହେବୁ ପାରଦର୍ଶୀ

ବାସ୍ତବ ସୁନ୍ଦର ସତ୍ୟ ଆଦର୍ଶେ

ସାରା ବସୁଧାକୁ ମଣିବୁ କୁଟୁମ୍ବ

ମୈତ୍ରୀ ଭାବ ବାନ୍ଧି ମନ ହରଷେ ।


ଆମେ ଭବିଷ୍ୟତ ସବୁଜ ସୁନ୍ଦର

ନବୀନ ମୂର୍ଚ୍ଚନା ସଙ୍ଗୀତ ଗୀତେ

ସରଗ ଠୁ ବଳି ସ୍ୱଚ୍ଛନ୍ଦ ସରସ

ଗଢିବୁ ଧରାକୁ ଆମ ସ୍ୱହସ୍ତେ ।


    ------


Rate this content
Log in

Similar oriya poem from Inspirational