STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

"ମୁକ୍ତ ଆକାଶ"

"ମୁକ୍ତ ଆକାଶ"

1 min
232

ପକ୍ଷୀଟେ ମୁହିଁ

ଆକାଶେ ଉଡ଼େ ଯାଇ

ଗହନ ବନ 

ଅଟଇ ମୋର ଘର

ଜୀବଜନ୍ତୁଙ୍କୁ 

ନ ଥାଏ ମୋର ଡ଼ର


ଖୁସି ମନରେ

ଗାଏ ମୁଁ କେତେ ଗୀତ

ପାହାଡ଼,ନଈ

ଅଟଇ ମୋର ମିତ

ଡାଳରୁ ଡାଳ

ଉଡ଼ଇ ମୁହିଁ ସେତ


ଖରା ବରଷା

ଖାତିର ନାହିଁ ମୋର

ମୁକ୍ତ ଆକାଶ

ଅଟଇ ମୋର ଘର

ଉଡ଼ି ଉଡ଼ି କା

ଯାଏ ମୁଁ ବହୁ ଦୂର


ପିଲାଏ ମୋର

ଜଗିଥାଆନ୍ତି ମୋତେ

ଆସିବ ମାଆ

ଆହାର ନେଇ ସାଥେ

ଖୁସି ହୁଅନ୍ତି

ଦେଖିଲେ ପିଲେ ମୋତେ


ତାଙ୍କ ଖୁସିରେ

ଖୁସି ହୁଅଇ ମୁହିଁ

ମାତୃ ହୃଦୟ

ଖୁସି ତାଙ୍କରି ପାଇଁ

ଜୀଇଁବି ମୁହିଁ

ତାଙ୍କ ମୁହଁ କୁ ଚାହିଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract