Bijoy Jena

Classics Inspirational Others

4  

Bijoy Jena

Classics Inspirational Others

ମୁଖେ ସଦା ଥାଏ ମାଆ ମାଆ ଡାକ

ମୁଖେ ସଦା ଥାଏ ମାଆ ମାଆ ଡାକ

1 min
475


   

ମୁଖେ ସଦା ଥାଏ  ମାଆ ମାଆ ଡାକ

    ମାଆ ଜଗତ ପାଳିନୀ

ସେ ମାଆ ଦୟାରୁ  ଜୀବ ତରିଯାଏ

     ମାଆ ତ ଜଗତଜନନୀ ।


ପାଦେ ଦଳି ଦେଇ  କାମିନୀ କାଞ୍ଚନ

    ମାଆ ନାମ ବୀଜ ମନ୍ତ୍ର

କୁହେ ବିଶ୍ୱ ଜନେ  ଏ କଥାକୁ ଘେନ

     ଜୀବନେ ହୁଅ ସଯତ୍ନ ।


ସେହି ଗୁରୁ ଚିହ୍ନ   ରାମକୃଷ୍ଣ ଦେବ

      ନରେନ କୁ କରି ବାଇ

ନିର୍ବାଣ ପଥରୁ   ନିବୃତ କରାଇ

   ଆର୍ତ୍ତ ଜନେ ସେବା ଦେଇ ।


ପର ହିତ ପାଇଁ    ଜନ୍ମ ତ ଆମର

     ଏହି ମହା ଶିକ୍ଷା ଦେଇ

ମାଆ କାଳୀ ପାଦେ  ଅଳି କରି କରି

    ଜୀଵନ ଦେଲେ ବିତାଇ ।


ଧନ ଓ ସୁବର୍ଣ୍ଣ   ମାଟି ପିଣ୍ଡୁଳା ଯେ

     ମିଛ ମରୀଚିକା ସମ

ପ୍ରତି ନାରୀ ହୁଏ    ମାଆ ପ୍ରତିବିମ୍ବ

     ଏ କଥାକୁ ଦିଅ ଧ୍ୟାନ ।


ରାମକୃଷ୍ଣ ଦେବ    ଅବତାର ପରି 

   ସଂସାରେ ନାହିଁ କେ ସରି

ନିଜ ଶିଷ୍ୟ ପରେ   ସକଳ ଶକତି

     ମଥା ହୋଇ ଯାଏ ଘୁରି ।


ନରେନରୁ ହେଲେ ବିବେକାନନ୍ଦ ସେ

      ଧର୍ମର ରଖିଲେ ମାନ

ଅଳପ ଆୟୁଷେ   ଯାହା କରି ଛନ୍ତି

      ପୁଲକିତ ପ୍ରତି ପ୍ରାଣ ।

 

    


Rate this content
Log in

Similar oriya poem from Classics