STORYMIRROR

Nibedita Mishra

Tragedy

3  

Nibedita Mishra

Tragedy

ମୁଇଁ ପଶ୍ଚିମ ଉଡିଶାର ଚାଷୀ

ମୁଇଁ ପଶ୍ଚିମ ଉଡିଶାର ଚାଷୀ

1 min
409


ମୁଁଇ ଆଏ ପରେ ପଶ୍ଚିମ୍ ଉଡିଶାର ଚାଷୀ

ବିଧାତା ଲେଖବାର୍ କେ ଭୂଲିଯାଇଛେ

ମୋର୍ କପାଳେ ଖୁସି

ଧାନ ମଣ୍ଡିଟେ ନାଇନ ବଲିକରି ମୁଇଁ ଅଭାବୀ ବିକ୍ରି କରସିଁ

ହେଥିର୍ ଲାଗି ହେଇନାଇଁ ପାରେ ପୂରା ମୋର୍ ସପନ କେନସି

ମୁଇଁ ଆଏ ପରେ.........

ଲୋକ୍ କହେସନ୍ ମୁଇଁ ପରେ ଜାନସି ଖେତ ନ ଫଲେଇ ସୁନା

ହେଲେ ମୋର୍ କୁଟୁମ୍ ନାଇଁ ପାଏ କେଭେ ମନଜାନି ଦାନାକନା

ମୁଇଁ ଆଏ ପରେ..............

ଚାଷବାସ୍ ଆରମ୍ଭ କରିଥିସି ଗହନା ଦେଇକରି ଘର୍ ଜମିନ୍ ଇନ

ମୋର୍ ଚାଷକେ ମରଡି ଖାଏସି ମୁଇଁ ପାଏସିଁ ବିଷମହରା ସିନ

ମୁଇଁ ଆଏ ପରେ.........

ଆଶାଟିକେ ଜାଗସି ମନେ ସରକାରୀ ଯୁଜନା ମାନ୍ କୁ ଶୁନିକରି

ସେ ଟା ପାଏବାର୍ କେ ଦୌଡି ଗୁଡଁର୍ ଚପଲ ଯାଏସି ସରିଘୁରି

ମୁଇଁ ଆଏ ପରେ.............

ଯେନ୍ ଗୁରଦୁଟେ ଯୁଜନା ସବୁ ହେଉଛେ କାଗଜକଲମ୍ ଥି ଖାଲି

ଶହେନୁ ଯଦି ଦଶଟା ମିଲତା,ମୁଇଁ ବି ପାରତି ଟିକେ ହଁସିଖେଲି

ମୁଇଁ ଆଏ ପରେ..........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy