ମୁଇଁ ପଶ୍ଚିମ ଉଡିଶାର ଚାଷୀ
ମୁଇଁ ପଶ୍ଚିମ ଉଡିଶାର ଚାଷୀ
ମୁଁଇ ଆଏ ପରେ ପଶ୍ଚିମ୍ ଉଡିଶାର ଚାଷୀ
ବିଧାତା ଲେଖବାର୍ କେ ଭୂଲିଯାଇଛେ
ମୋର୍ କପାଳେ ଖୁସି
ଧାନ ମଣ୍ଡିଟେ ନାଇନ ବଲିକରି ମୁଇଁ ଅଭାବୀ ବିକ୍ରି କରସିଁ
ହେଥିର୍ ଲାଗି ହେଇନାଇଁ ପାରେ ପୂରା ମୋର୍ ସପନ କେନସି
ମୁଇଁ ଆଏ ପରେ.........
ଲୋକ୍ କହେସନ୍ ମୁଇଁ ପରେ ଜାନସି ଖେତ ନ ଫଲେଇ ସୁନା
ହେଲେ ମୋର୍ କୁଟୁମ୍ ନାଇଁ ପାଏ କେଭେ ମନଜାନି ଦାନାକନା
ମୁଇଁ ଆଏ ପରେ..............
ଚାଷବାସ୍ ଆରମ୍ଭ କରିଥିସି ଗହନା ଦେଇକରି ଘର୍ ଜମିନ୍ ଇନ
ମୋର୍ ଚାଷକେ ମରଡି ଖାଏସି ମୁଇଁ ପାଏସିଁ ବିଷମହରା ସିନ
ମୁଇଁ ଆଏ ପରେ.........
ଆଶାଟିକେ ଜାଗସି ମନେ ସରକାରୀ ଯୁଜନା ମାନ୍ କୁ ଶୁନିକରି
ସେ ଟା ପାଏବାର୍ କେ ଦୌଡି ଗୁଡଁର୍ ଚପଲ ଯାଏସି ସରିଘୁରି
ମୁଇଁ ଆଏ ପରେ.............
ଯେନ୍ ଗୁରଦୁଟେ ଯୁଜନା ସବୁ ହେଉଛେ କାଗଜକଲମ୍ ଥି ଖାଲି
ଶହେନୁ ଯଦି ଦଶଟା ମିଲତା,ମୁଇଁ ବି ପାରତି ଟିକେ ହଁସିଖେଲି
ମୁଇଁ ଆଏ ପରେ..........