STORYMIRROR

Er Subhransu Kumar Behera

Abstract Others

3  

Er Subhransu Kumar Behera

Abstract Others

ମୁଦ୍ରା

ମୁଦ୍ରା

1 min
242

(ପ୍ରଥମ ପାର୍ଶ୍ୱ)

ନୀରବ ମୁଁ ରହିଅଛି

ସତେ ମାଟିର କଣ୍ଢେଇ ସାଜିଅଛି

କେବେ ଟେବୁଲରେ, କେବେ ଚଟାଣରେ

ମନ ନାହିଁ ମୋର ଉଡ଼ିବାକୁ ଆକାଶରେ

ସ୍ବପ୍ନ ସ୍ବପ୍ନରେ ରଖିବା ଆଦେଶକୁ

ମୁଣ୍ଡପାତି ପାଳିଅଛି,

ସତେ ବିରୁପାକ୍ଷ ସାଜିଅଛି,

ନୀରବ ମୁଁ ରହିଅଛି ।

     (ଦ୍ଵିତୀୟ ପାର୍ଶ୍ଵ)

ଜୀବନଟା ମୋର ଗୋଲାପୀ ଫୁଲର ଶେଯ

ଜୀବନଟା ମୋର କଅଁଳ ପତର ସାଜ

ନୁହେଁ ଅଶାନ୍ତି

ନୁହେଁ ଭ୍ରାନ୍ତି

ନୁହେଁ ଦୁଃଖ ବିଧୂର କ୍ଳାନ୍ତି

ଜୀବନଟା ମୋର ସ୍ନିଗ୍ଧ ସୁନ୍ଦର ରାତି ।


           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract