STORYMIRROR

Niranjan Mishra

Abstract

4  

Niranjan Mishra

Abstract

ମୁଢି

ମୁଢି

1 min
360


ଚୂଲୀରେ ହାଣ୍ଡି ବସେଇ ଦେଇ

ଭାଜୁଛି ବୁଢୀ ମୁଢି ।

ଯାହାର ଘରେ ବୁଢୀ ନଥାଏ

ତା ଘରେ ନାହିଁ ମୁଢି ।୧।

କିଏ ସେ କହ ଗରମ ମୁଢି

ଖାଇବ ଏବେ ନିଅ ।

ପାଟିକି ଭଲ ପେଟକୁ ଭଲ

ନିଅରେ ପିଲେ ନିଅ ।୨।

ଚା ସାଙ୍ଗରେ ଗରମ ମୁଢି

ଖାଇଲେ ଲାଗେ ଭଲ ।

ବରଷା ବେଳେ ମୁଢି ଖାଇଲେ

ଲାଗେ ସବୁଠୁ ଭଲ ।୩

ଇଣ୍ଡିଆନ୍ ବିସ୍କୁଟ୍ ମୁଢିଟା

କିଏ ସେ କେବେ କହେ।

ମୁଢି ସମାନ କିଏ ହୋଇବ

କେହି ତା ସରି ନୁହେଁ ।୪।

ଖାଇଲେ ମୁଢି ତା ସାଥି ସାଥି

ପିଇବ ନାହିଁ ପାଣି ।

ପିଇବ ଯଦି ହୋଇବ ଜର

ପାରିବ ତୁମେ ଜାଣି ।୫।

ମୁଢି ସାଥିରେ ପକୁଡ଼ି ଖାଅ

ଲାଗିବ ଭାରି ଭଲ ।

ମୁଢି ନଡିଆ ଖାଇବ ଯଦି

ହବ ଆହୁରି ଭଲ ।୬।

ଭଜା ମଟର ଅଥବା ବୁଟ

ମୁଢି ସହିତ ଖାଅ ।

ଚିନାବାଦାମ ସହ ଖାଇଲେ

ଭଲ ଲାଗିବ ଦେହ ।୭।

ଶସ୍ତା ସୁନ୍ଦର ମଜଭୂତ ଏ

ବଢିଆ ଜଳଖିଆ ।

ଖାଇବ ମୁଢି କହିବ ମୋତେ

ଲାଗିଲା କି ବଢିଆ ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract