ମତୁଆଲି
ମତୁଆଲି
ଲୁହ ନିଶା ରେ
ଝୁମେ ଦୁଃଖ ସହରେ
ତନ୍ଦ୍ରା ନାହିଁ ଆଖିରେ
ଅଳସୀକନ୍ୟା ମୁଁ
ସାଜିନାହିଁ କେବେ
ଚାଲୁଛି ତପ୍ତ ମରୁଭୂମିପରେ
ଓଠର ପିଆଲା ଉଷ୍ମପ୍ରସବଣେ
ଭରିଛି ନିଜ ଅଶ୍ରୁରେ
ମୋ ଇଲାକା ରେ ହତାଶ ବତାସ
ନିରାଶା ଉଦବେଗ ଅଶେଷ
ଆବେଗରେ ହାତଠାରେ
ତଥାପି କହୁଛି ବଂଚିବାର ନିଶା
ମତୁଆଲି ମତେ କରେ
ବିଶ୍ୱାସ ଭରସା ନିଶ୍ୱାସ ଆସରା
ଦେଖିଛି ଯେବେ ଚକା ଚକା ନୟନରେ.
