STORYMIRROR

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

ମଥୁରାରେ ଦ୍ଵନ୍ଦ ଗୋପରେ ଆନନ୍ଦ

ମଥୁରାରେ ଦ୍ଵନ୍ଦ ଗୋପରେ ଆନନ୍ଦ

2 mins
9


ପୃଥିବୀର ପାପଭାର ବୃଦ୍ଧି ପରେ

ଭାରାକ୍ରାନ୍ତ ହୃଦୟରେ

ଭଗବାନ ବିଷ୍ଣୁ ନିକଟରେ ପୃଥ୍ୱୀ 

ବ୍ୟକ୍ତ କଲେ ଲୁହ ଧାରେ

ଆଶ୍ଵସନା ପ୍ରଦାନ ପୂର୍ବକ ବିଷ୍ଣୁ

ଯୋଜନା କଲେ ପ୍ରସ୍ତୁତ

ପୂର୍ବ ପ୍ରତିଶ୍ରୁତି ହେଲା ଉଜ୍ଜୀବିତ

ହେବେ ବସୁଦେବ ସୂତ 

ସବୁ କିଛି ଥିଲା ପୂର୍ବ ନିର୍ଦ୍ଧାରିତ 

କ୍ରମେ ଘଟିଲା ଘଟଣା

ତନ୍ମଧ୍ୟରୁ ଦେବକୀ ବିବାହ କଥା

ପ୍ରାୟ ଥିଲା ଜଣା ଶୁଣା

ସଂସାର ର ପାପ ଭାରା ନାଶ ସହ

ପାପୀ କଂସ ନାଶ ଅର୍ଥେ

ସ୍ଵୟଂ ଭଗବାନ ରଚିଲେ ଯୋଜନା

ଦେବକୀ ପ୍ରସଙ୍ଗ ପଥେ


ଦୁଷ୍ଟ ତଥା ପାପୀ କଂସ ମହାରାଜ

ଦେବକୀ ଭଉଣୀ ପ୍ରତି 

ସ୍ନେହ ପ୍ରେମ ଭାବନାର ଆଢ଼ୁଆଳେ 

ଖୁସି ଥିଲା ବି ସମ୍ପ୍ରତି

ଯଥା ''ଦେବକୀସ୍ୟ ବସୁଦେବ'' ବିଧି

ସମାପନ ପରେ ପରେ 

ଦୁହିଁଙ୍କୁ ରଥରେ ବସାଇ ଭ୍ରମଣ

କଲା ମଥୁରା ଦାଣ୍ଡରେ

ଅଚାନକ ଶୂନ୍ୟବାଣୀ ଶୁଣାଗଲା

କଂସ ନାଶ ସୁନିଶ୍ଚିତ

ଦେବକୀ ର ଅଷ୍ଟମ ସନ୍ତାନ ଯେବେ

ଧରାରେ ହେବେ ସମ୍ଭୂତ

ଶୁନ୍ୟ ବାଣୀ ସହ କାର୍ଯ୍ୟ ପନ୍ଥା ସ୍ଥିର 

ହେଲା ସେଇ ମୁହୂର୍ତ୍ତରେ

ଅଷ୍ଟମ କୁ ଡର ଥାଇ ପ୍ରଥମ ରୁ

ନିକ୍ଷେପ ବନ୍ଦୀ ଗୃହରେ

ଦେବକୀ ଓ ବସୁଦେବଙ୍କ ପ୍ରାର୍ଥନା

କଂସ କରିଲା ଅଗ୍ରାହ୍ୟ

ବନ୍ଦୀ ଗୃହେ ଥାଇ ପ୍ରାର୍ଥନାରେ ରତ 

ବିଷ୍ଣୁ ପାଦେ ରଖି ଲୟ ।


କ୍ରମେ ଉପଗତ ହେଲା ଶୁଭ ଦିନ

ଭାଦ୍ର କୃଷ୍ଣ ଅଷ୍ଟମୀରେ

ରୋହିଣୀ ନକ୍ଷତ୍ର ଓ ବୃଷ ରାଶିରେ

ଚନ୍ଦ୍ର ଥିବା ସମୟରେ

ମେଘର ଗୁରୁ ଗର୍ଜନ ନିଶାର୍ଦ୍ଧରେ

ପବନ ବି ଭୟାବହ

ବିଜୁଳିର ଖେଳ ମେଘର ଦେହରେ

ଝଲସିଲା ବନ୍ଦୀ ଗୃହ 

ନୀଳଜୀମୂତ ଦେହ କାନ୍ତି ବଳୟ 

ମଣି ଝଟକ ସହିତ

କଟି ଦେଶେ ପୀତ ବସନ ଶୋଭିତ

ବିଷ୍ଣୁ ହୋଇଲେ ଜନ୍ମିତ

କୋଟିଏ କନ୍ଦର୍ପ ସମ ହେବେ ନାହିଁ

ବର୍ଣନା ପଥେ ସେ ରୂପ 

ଧନ୍ୟ ସେ ଦେବକୀ, ଧନ୍ୟ ବସୁଦେବ

ଦର୍ଶନ କଲେ ସେ ରୂପ

ଦେବକୀ ଓ ବସୁଦେବ ବିହ୍ଵଳିତ

ଦେଖିଲେ ଯାହା ନୟନେ

ଶୃଙ୍ଖଳ ରୁ ମୁକ୍ତ ହେଲେ ଦୁହେଁ ଆପେ

ପ୍ରଭୁଙ୍କ ରୂପ ଦର୍ଶନେ

କାରା ରକ୍ଷୀ ସର୍ବେ ନିଦ୍ରାରେ ମୋହିତ

ଦ୍ଵାର ହୋଇଲା ଉନ୍ମୁକ୍ତ

ଗୋପରେ ଛାଡ଼ିବା ନିର୍ଦ୍ଦେଶ ସହିତ

ବସୁଦେବଙ୍କ ଉଦ୍ୟତ

ମାୟା ଭିଆଇଲେ ସ୍ୱୟଂ ମାୟାଧର

ପଥ ହେଲା ପରିଷ୍କାର

ଶିଶୁ ପୁତ୍ର ରଖି ଟୋକେଇ ଭିତରେ

ବସୁଦେବ ଆଗଭର ।


କଂସର ପିଅର ଓଗାଳିଲା ବାଟ

ଆକଟ କଲେ ସେଠାରେ

ପ୍ରଭୁଙ୍କ ସ୍ବରୂପ ଦେଖି କୃତ୍ୟ କୃତ୍ୟ 

ପ୍ରଣମିଲା ଭକ୍ତି ଭରେ

ବାଟରେ ଯମୁନା ଯମର ଭଗିନୀ

କୂଳ ଲଙ୍ଘି ଥିଲା ଫୁଲି

"ମାତ୍ର ମୁଁ ମାନବ ,ନିଜକୁ ବଞ୍ଚାଅ "

ବସୁଦେବ ମନେ ଭାଳି 

ବାଟ ଫିଟି ଗଲା ବିଜୁଳି ଆଲୋକେ

ଯମୁନା କରିଲା ପାରି 

ବିଜୁଳି ବେଗରେ ଚାଲି ବସୁଦେବ

ପହଞ୍ଚିଲେ ଗୋପ-ପୁରୀ ।


ପୂର୍ବ ନିର୍ଦ୍ଧାରିତ ଯୋଜନା ବଳରେ

ଅମ୍ବିକା ଯଶୋଦା କୋଳେ

ସଂଜ୍ଞାହୀନ ଥିଲେ ଜନନୀ ଯଶୋଦା

କୃଷ୍ଣଙ୍କୁ ରଖିଲେ କୋଳେ

ଅଦଳ ବଦଳ ହେଲା ସମାପନ

ଅମ୍ବିକା ଙ୍କୁ ଧରି ଧୀରେ

ରାତି ନ ପାହୁଣୁ ବସୁଦେବ ଫେରି

ରହିଲେ ବନ୍ଦୀ ଗୃହରେ

ଆପେ ଆପେ ବନ୍ଦ ହେଲା ବନ୍ଦୀ ଗୃହ

ଅମ୍ବିକା କୁଆଁ ଡାକିଲେ

ସକାଳୁ ସକାଳୁ ଶୁଣି ସେ ଖବର 

କଂସ ଆସି ପହଂଚିଲେ 

ନିଷ୍ଟୁର ସେ କଂସ ଅମ୍ବିକା ଙ୍କୁ ଧରି

କଚାଡି ଦେଲେ ଶିଳା ରେ

"ଗୋପ ପୁରେ ରହି ତୋ ଶତ୍ରୁ ଖେଳୁଛି "

ଶୁଭିଲା କଂସ କର୍ଣ୍ଣ ରେ ।


ସୂର୍ଯ୍ୟଙ୍କ କିରଣେ ମଥୁରା ଓ ଗୋପ

ଯେବେ ହେଲା ଆଲୋକିତ

ମଥୁରା ରେ ଦ୍ଵନ୍ଦ ଗୋପରେ ଆନନ୍ଦ

ପ୍ରଚାର ହେଲା ତ୍ୱରିତ

ବନ୍ଦୀ ଗୃହ ହେଲା ଚର୍ଚ୍ଚାର ବିଷୟ

ମଥୁରା ରୁ ଗୋପପୁର

ନନ୍ଦ ଘରେ ରହି ଗୋବିନ୍ଦ ଖେଳୁଛି 

ଆସ ଯିବା ଗୋପପୁର ।



Rate this content
Log in

Similar oriya poem from Drama